Saturday, November 14, 2026
Home ଆଞ୍ଚଳିକ ତହସିଲଦାରଙ୍କୁ ନେଇ ବିଜେଡି ଦୁଇଫାଳ, ତହସିଲଦାର-ଜନପ୍ରତିନିଧି ମଧ୍ୟରେ ଶୀତଳଯୁଦ୍ଧ

ତହସିଲଦାରଙ୍କୁ ନେଇ ବିଜେଡି ଦୁଇଫାଳ, ତହସିଲଦାର-ଜନପ୍ରତିନିଧି ମଧ୍ୟରେ ଶୀତଳଯୁଦ୍ଧ

196
image:ranujan/zillakhabar

କୁକୁଡାଖଣ୍ଡି,୧୮-୧୧-୨୦୨୦(ଇ. ରଞ୍ଜନ): ଉଗ୍ର ରୂପ ନେଉଛି କୁକୁଡାଖଣ୍ଡି ର ମହିଳା ତହସିଲଦାର ଇପ୍ସିତା ପ୍ରିୟଦଶନୀ ମିଶ୍ର ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ। କଳାବଜାରୀଙ୍କୁ ରୋକିବାକୁ ଯାଇ ନିଜେ ହରଡଘଣାରେ ତହସିଲଦାର। ତହସିଲର ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ଖଣିଜପଦାର୍ଥ ଚୋରା ଚାଲାଣକୁ ରାତିଅଧିଆ ଚଢଉ କରି ଫାଇନ ଆଦୟ କରୁଥିବା ବେଳେ ଏବେ ଚୋରାବେପାରୀଙ୍କୁ ବିଧାୟକ ସାହାଭରସା ସାଜିଥିବା ତହସିଲଦାର ଏବଂ ଚୋରାବେପାରୀଙ୍କ ଯୁକ୍ତିରୁ ଅନୁମେୟ କରାଯାଉଛି ଏବଂ ପ୍ରଶାସନ ଅଧିକାରୀଣି ଅକ୍ରୋଶର ଶିକାର ପାଲଟିଛନ୍ତି। ତହସିଲଦାରଙ୍କ ଚଢଉରେ ଛାନିଆ ହୋଇ ଚୋରା ବେପାରୀ ମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ବନ୍ଦ କରିଦେଇଛନ୍ତି।

ଏନେଇ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ନେତୃତ୍ବରେ ବ୍ଲକର ଜନପ୍ରତିନିଧି, ବ୍ଲକ ବିଜେଡି ବ୍ଲକ ସଭାପତି ସନ୍ତୋଷ ଚୌଧୁରୀ, ସମବାୟବିତ ସୁଧୀର ରାଉତ, ସରପଞ୍ଚ ସଂଘ ସଭାପତି ସାରଥୀ ଗୌଡ, ସୀତାରାମ ସାହୁ, ହିମାଂଶୁ ପାଢୀ, ପ୍ରଦୀପ ମଲାଣ, ଏ.ଚେନେୟା, ଉମା ସାମଲ, ଏମ .ବିଶିକେସନଙ୍କ ସହ ସରପଞ ମାନେ ତହସିଲଦାରଙ୍କୁ ବଦଳିକରିବା ପାଇଁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତୀ ,ବାଚସ୍ପତି, ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଦୀପ କୁମାର ମହାରଣାଙ୍କୁ ପ୍ରଦାନ କରିଥିଲେ। ସହ ବିଜୁ ପକ୍କାଘର, ପ୍ରଧାନମନ୍ତୀ ଆବାସ ଯୋଜନାକୁ ସମ୍ପୂର୍ଣ ଅଣଦେଖାକରିବା ସହ ଲୋକଙ୍କୁ ଗ୍ରାମକଣ୍ଟକ ପଟ୍ଟା ଦିଆଯାଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ତହସିଲଦାରଙ୍କୁ ବଦଳି ନକଲେ ଜନପ୍ରତିନିଧିଙ୍କ ସହ ବିଜେଡିରୁ ସମୂହ ଇସ୍ଥଫା ଦେବା ନେଇ ଚେତାବନୀ ଦେଇଛନ୍ତି।

ପୂର୍ବରୁ ତହସିଲଦାର ଭଲ କାମକରୁଥିବା ଏବଂ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ନେଇ ବିଜେଡିର ବରିଷ୍ଟ ନେତା ତଥା ଜିଲ୍ଲା ସମବାୟ ସଂଘ ସଭାପତି ସନାତନ ସଂଗ୍ରାମ ସିଂଙ୍କ ନେତୃତ୍ବରେ ବହୁ ଜନସାଧାରଣ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣେ ସଚ୍ଚୋଟ ଓ ଦାୟିତ୍ବବାନ ମହିଳା ଅଧିକାରୀଙ୍କ ବଦଳି ନକରିବାକୁ ଦାବି କରିଥିଲେ। ଜଣେ ମହିଳା ତହସିଲଦାରଙ୍କୁ ନେଇ ବିଜେଡି ଦୁଇ ଗୋଷ୍ଟୀରେ ପରିଣତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।