Saturday, November 14, 2026
Home ଜିଲ୍ଲା ପଦ୍ମପୁର: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ...

ପଦ୍ମପୁର: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ

115

ବିଷମକଟକ / ଗୁଣୁପୁର, ୧୭-୧୧-୨୦୨୦(ପ୍ରସନ କୁମାର ପଣ୍ଡା) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ କରିଛନ୍ତି ବିଧାୟକ ରଘୁନାଥ ଗମାଙ୍ଗ। ବ୍ଳକ ଅଧ୍ୟକ୍ଷତାରେ ଶ୍ରୀ ରାମାକାନ୍ତ ମାଝୀ ଙ୍କ ନେତୃତ୍ୱରେ ପଦ୍ମପୁର ବ୍ଲକର ବିଜୁ ଜନତା ଦଳର କର୍ମୀ ମାନେ ପ୍ରାୟ ୨୦୦ (ଦୁଇ ଶହ) ରୁ ଉର୍ଢ଼ ମୋଟର ସାଇକେଲ ଯୋଗେ ପ୍ରଥମେ ଖମାପଦର ଗ୍ରାମ ପଂଚାୟତ ର ଲକ୍ଷଣ ଗୁଡା ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ଶୁଭ ଉଦ୍ଘାଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗୋମାଙ୍ଗ , ଶ୍ରୀ ସୁଧୀର କୁମାର ଦାସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଓଡ଼ିଶା ସରକାର, ସରପଞ୍ଚ ଶ୍ରୀ ନିରଞ୍ଜନ ଶବର, ଗଗନ ବିହାର ଆଚର୍ୟ୍ଯ ଜିଲ୍ଳା ସାଧାରଣ ସମ୍ପାଦକ ରାୟଗଡା ଉପସଭାପତି ଯୁବ ବିଜୁ ଜନତା ଦଳ ରାୟଗଡା ଶ୍ରୀ କୈଳାଶ କ୍ରାସ୍କା ,ସଭାପତି ଶ୍ରୀ ରବି ନାରାୟଣ ଆଚର୍ୟ୍ଯ , ଜିଲ୍ଳା ବିଜୁ ଛାତ୍ର ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ଉପସ୍ଥିତ ଥିଲେ। ମାରିଗୁଡ଼ା ଗ୍ରାମ ରେ ପାଣି ପ୍ରକଳ୍ପ, ବିଚିକୋଟ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟନ, ଡେରିଗାଁ ମିଶ୍ରଣ ପର୍ବ, ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ନୂଆ ଦଳରେ ମିଶିଥିଲେ।