
ପାଲୁର/ଗଞ୍ଜାମ,୨୦/୯(ପ୍ରଫୁଲ୍ଲ ସାବତ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ଛକସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗସ୍ତ କରି ପରିଦର୍ଶନ କରିଛନ୍ତି । ଏହାସହ ସେଠାରେ ଥିବା ହଷ୍ଟେଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ନବମ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇଥିଲେ ।

ଏହାପରେ ବିଭିନ୍ନ ବିଷୟ ଉପରେ ପିଲାମାନଙ୍କୁ ପଚାରି ବୁଝିଥିଲେ । ୧୦ ଶ୍ରେଣୀର ପ୍ରିଟେଷ୍ଟ ପରୀକ୍ଷା ଚାଲିଥିବା ଯୋଗୁଁ ସେହି ଶ୍ରେଣୀ ପରିଦର୍ଶନ କରି ନଥିଲେ । ପରେ ପିଲାଙ୍କୁ କିଭଳି ପାଠ ପଢା ହେଉଛି ତାହା ମଧ୍ୟ ପଚାରି ବୁଝିଥିଲେ । ଉପଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ସହକାରୀ ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ବ୍ଲକ ଡ଼ବ୍ଲ୍ୟୁଇଓ ପ୍ରକାଶ ନାୟକ, ପ୍ରଧାନଶିକ୍ଷକ ବୀରବର ନାୟକ ସମେତ ଅନ୍ୟମାନେ ଅଂଶ ଗ୍ରହଣ କରିଥିଲେ ।



