
ଟିକାବାଲି, ୧୭-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ): ଆଞ୍ଚଳିକ ଉନ୍ନୟନ କମିଟି ତେଙ୍ଗେଡାପଥର ଠାରେ ଗଠିତ ହୋଇଯାଇଛି। ଏହି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏହି କମିଟି ଗଠନ କରାଯାଇଥିବା ଜଣାପଡିଛି। ବିଶେଷ କରି ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଗମନା ଗମନର ସୁବିଧା ନିମନ୍ତେ ଏହି କମିଟି କାର୍ଯ୍ୟ କରିବ ବୋଲି କମିଟି ତରଫରୁ ସୂଚନା ମିଳିଛି।
ଏହି କମିଟିରେ ନୂତନ କର୍ମକର୍ତା ଚୟନ କରାଗଲା। ସଭାପତି ଭାବେ ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ, ଉପ ସଭାପତି ଅବସରପ୍ରାପ୍ତ ଶିକ୍ଷକ ଚକ୍ର ଦିଗାଲ, ମହେନ୍ଦ୍ର ସାହୁ, ସଂପାଦକ ପ୍ରଦୀପ ଦିଗାଲ, ସହ ସଂପାଦକ ଗୋପାଳ ସାହୁ, କୋଷାଧ୍ୟକ୍ଷ କେ.ଲକ୍ଷ୍ମୀ ନାରାୟଣ ପାତ୍ର। ଉପଦେଷ୍ଟା ଭାବେ ବରିଷ୍ଠ ବିଜେପି ନେତା ରାମବିଶ ଦିଗାଲ, ପାତ୍ର ଦିଗାଲ, ପ୍ରତେ କହଁର, କ୍ଷେତ୍ରବାସି ସାହୁ, ଭିମସେନ କହଁର, ବାବୁଲି ଦିଗାଲ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।




