Saturday, November 14, 2026
Home ଜିଲ୍ଲା ଗୁଣପୁର: ଆଦିବାସୀ ମନ୍ତ୍ରୀ ଦୁର୍ଗମ ଅଞ୍ଚଳ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଗୁଣପୁର: ଆଦିବାସୀ ମନ୍ତ୍ରୀ ଦୁର୍ଗମ ଅଞ୍ଚଳ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଉଦଘାଟନ

86

ଗୁଣପୁର,୧୭-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ମାନ୍ୟବର ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସରକା ରାୟଗଡା ଜିଲ୍ଲା ଗୁଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଦୁର୍ଗମ ଅଞ୍ଚଳ ଗସ୍ତକରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି l ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ଏଙ୍ଗେରେବା ଗ୍ରାମରେ ଆୟୋଜିତ କୃଷିଭିତ୍ତିକ ଫସଲ ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କର୍ମଶାଳାରେ ଯୋଗଦେଇ ସ୍ଥାନୀୟ କୃଷକ ଭାଇ ଭଉଣୀଙ୍କୁ ସମ୍ବୋଧନ କରିଥିଲେ l

ଏହା ପରେ କୁଡୁଆ, କଡୁଡାଙ୍ଗା , ତେଲଗୁଇ ଭଳି ଦୁର୍ଗମ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନା ଦ୍ଵାରା ନିର୍ମିତ ଗୋଷ୍ଟି କେନ୍ଦ୍ର ଗୁଡିକର ଉଦଘାଟନ କରିଥିଲେ l ଏଥିସହ ଅଡାବଗର୍ଜାଙ୍ଗରେ ନୂତନ ବିଶ୍ରାମଗାରର ଉଦଘାଟନ କରିଛନ୍ତି l

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଉପଦେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁଧୀର ଦାଶ, ମାନ୍ୟବର ବିଧାୟକ ଗୁଣପୁର ଶ୍ରୀ ରଘୁନାଥ ଗମାଙ୍ଗ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ, PA ITDA ଗୁଣପୁର ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ବରିଷ୍ଠ ବିଜେଡି ନେତା ଶ୍ରୀ ଗଗନ ଆଚାର୍ଯ୍ୟ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ରମାକାନ୍ତ ମାଝୀ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ l