
ଯାଜପୁର, ୧୭-୧୧-୨୦୨୦(ଦୀପକ କୁମାର): ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁମାରୀ କଲୋନୀ ଠାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ତତ୍ୱାଵେଧନାରେ ଅଂଶୁମାନର ଏକାଦଶ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରୁ ଆସିଥିବା ଦିବ୍ୟାଙ୍ଗ, ଅସହାୟ ଆଦି ଲୋକଙ୍କୁ ଟ୍ରାଇ ସାଇକେଲ, ହୁଇଲ ଚେୟାର,ଆଶାବାଡି ଆଦି ପ୍ରଦାନ କରାଯାଇଥିଲା ଏହି ଶ୍ରାଦ୍ଧ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଧର୍ମଶାଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ଚ୍ୟାୟୁପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଓଡିଶାର ଜଣାଶୁଣା ଗୀତିକାର ଅଭିଜିତ ମଜୁମଦାର ଓ ଯାଜପୁର ର ପୂର୍ବତନ ସି ଡି ଏମ ଓ ଡାକ୍ତର ରମେଶ ଚନ୍ଦ୍ର ସାହୁ ଏବଂ ସଭାପତିତ୍ୱ କରିଥିଲେ |ଡାକ୍ତର ବିଜୟ ଶତପଥୀ ଓ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ | ଶ୍ରୀଯୁକ୍ତ ଜୟପ୍ରକାଶ ତ୍ରିପାଠୀ ଏବଂ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଦେବରାଜ ମିଶ୍ର ତତସହିତ ଧର୍ମଶାଳା ଅଞ୍ଚଳର କିଛି ଶିକ୍ଷାବିତ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା



