Saturday, November 14, 2026
Home ଆଞ୍ଚଳିକ କଂସାରି ଗଣ୍ଡ ବେରେଜ ନିର୍ମାଣ ଖୁବ ଶୀଘ୍ର ସମାପ୍ତି ପାଇଁ : ମେଗା ପାଇପ ଜଳ...

କଂସାରି ଗଣ୍ଡ ବେରେଜ ନିର୍ମାଣ ଖୁବ ଶୀଘ୍ର ସମାପ୍ତି ପାଇଁ : ମେଗା ପାଇପ ଜଳ ପ୍ରକଳ୍ପ ସମୀକ୍ଷା କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

69

ଗଞ୍ଜାମ,୧୭-୧୧-୨୦୨୦ (ପ୍ରଦୀପ କୁମାର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ମଲାଡ଼ ଗ୍ରାମ ନିକଟସ୍ଥ ପାହାଡ଼ ର ମଧ୍ୟ ସ୍ଥଳରେ ବସୁଧା ଯୋଜନାରେ ଓଡିଶା ସରକାର ଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମେଗା ୱାଟର ପ୍ରୋଜେକ୍ଟ କାର୍ଯ୍ୟ ଚାଲିଛି l ସୋମବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ l ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ସ୍ଥାନୀୟ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ ବରୋଦା ଗ୍ରାମ ନିକଟସ୍ଥ କଂସାରୀ ଗଣ୍ଡ ପରିଦର୍ଶନ କରିଥିଲେ l ଏନେଇ ବିଭାଗୀୟ ଅଧିକାରୀ ଙ୍କ ସହ କିଛି ସମୟ ଧରି ଆଲୋଚନା କରିଵା ସହ କାମ ର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ l ବର୍ତମାନ ୭୦ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ କହିଥିଲେ l ଏଥିସହିତ ସ୍ଥାନୀୟ ଅଂଚଳ ରେ ନିର୍ମାଣ ହେଉଥିବା ୧୨ ଟି ଟାୱାର ମଧ୍ୟରେ ୧୧ ଟି ସମ୍ପୂର୍ଣ ହୋଇଥିବା ବେଳେ ଗୋଟିଏ ଟାୱାର ନିର୍ମାଣ କାର୍ଯ୍ୟ ବାକିଥିବା ସୂଚନା ମିଳିଛି l ୨୦୧୮ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ ରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଛି l ଏଥିପାଇଁ ୨୦୩ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହି ମେଗା ପ୍ରକଳ୍ପ ରେ ଗଞ୍ଜାମ ବ୍ଲକ ୫୫ ଗ୍ରାମ କୁ ଜଳ ସଂଯୋଗ ରଖାଯାଇଥିଲା l ଏଥିରେ ବିଧାୟକ ବେହେରା ଙ୍କ ଅନୁରୋଧ କ୍ରମେ ଆଉ ୧୬ ଗ୍ରାମ କୁ ସଂଯୋଗ କରିବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବର୍ମା ବିଭାଗୀୟ ଅଧିକାରୀ ଙ୍କୁ ନେର୍ଧ୍ୱସ ଦେଇଥିଲେ l ଖୁବ ଶୀଘ୍ର କଂସାରି ଗଣ୍ଡ ଠାରେ ବେରେଜ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖା ଯାଇଥିବା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l

ଏହା ଦ୍ୱାରା ସ୍ଥାନୀୟ ଅଂଚଳ ର ଚାଷୀକୁଳ ଉପକୃତ ହୋଇ ପାରିବେ ବୋଲି ଆଲୋଚନା ହୋଇଥିଲା l ସେଥରୁ ୭ ପ୍ରତିଶତ ଜଳ ବ୍ୟବହାର କରାଯିବ l ପ୍ରକଳ୍ପ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ ସ୍ଥାନୀୟ ଅଂଚଳ ର ପ୍ରାୟ ୧୪ ପରିବାର କାଜୁ ଚାଷ କରୁଥିବା ବର୍ମା ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେମାନଙ୍କୁ ଥଇଥାନ କରିବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବର୍ମା ପରାମର୍ଶ ଦେଇଛନ୍ତି l ସେଠାରେ ପାହାଡ଼ ଉପରେ ଥିବା ଏକ ମନ୍ଦିର ପାଇଁ ପ୍ରସାଦ ସେବନ ନିମନ୍ତେ ଆନନ୍ଦ ବଜାର କରାଯିବା ପାଇଁ ଆଲୋଚନା ହୋଇଥିଲା l ଏଥିସହିତ ସ୍ଥାନୀୟ ଅଂଚଳ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପୂର୍ବରୁ ଏମପି ଫଣ୍ଡ ରେ ତିନି ଲକ୍ଷ୍ୟ ଟଙ୍କା ଥିବା ବେଳେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଲକ୍ଷେ ଓ ବିଧାୟକ ଫଣ୍ଡ ରୁ ଏକ ଲକ୍ଷ ପ୍ରଦାନ କରାଯିବ ବୋଲି ଆଲୋଚନା ହୋଇଥିଲା l ଯୋଜନା ବୋର୍ଡ ଉପାଧ୍ୟକ୍ଷ ଙ୍କ ଗ୍ରସ୍ତ ବେଳେ ଅଧିକ୍ଷଣ ଯନ୍ତ୍ରୀ ଗୋକୁଳ ଚନ୍ଦ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମହାନ୍ତି, ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ ଙ୍କ ସମେତ ମଲାଡ଼ ସରପଞ୍ଚ ପ୍ରଭାତ କୁମାର ସେଠୀ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ନିରଞ୍ଜନ ରେଡି, ପୂର୍ବତନ ଏମପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ବିଜେଡି ବ୍ଲକ ସାଧାରଣ ସମ୍ପାଦକ ଉମା ଜେନା, ସନାତନ ବେହେରା, ପୂର୍ବତନ ବ୍ଲକ ଅଧକ୍ଷ ରଘୁନାଥ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗ୍ୟ ରେଡି, ଶିବ ସ୍ୱାଇଁ, ଅନ୍ତର୍ଯ୍ୟାମୀ ବେହେରା ଙ୍କ ସମେତ ବହୁ ବିଜେଡି ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ l ପ୍ରକାଶ ଯେ ଏହି ପ୍ରକଳ୍ପ ଦ୍ୱରା ୬୧ ଗ୍ରାମର ପ୍ରାୟ ୬୧ ହଜାର ଲୋକ ଉପକୃତ ହୋଇପାରିବେ l ଏହି ପ୍ରକଳ୍ପକୁ ୨୦୧୮ ରେ କ୍ୟାବିନେଟ ଅନୁମୋଦନ କରିଥିଲା l