
ମୁନିଗୁଡା,୧୭-୧୧-୨୦୨୦(ସନାତନ ନାୟକ): ରାୟଗଡା ଜିଲ୍ଲା ସୁଭଦ୍ରା-ଉଦ୍ଧବ ମଙ୍ଗଳ ଭବନ ପରିସରରେ ମୁନିଗୁଡା ପ୍ରେସକ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ପ୍ରେସକ୍ଲବ ସଭାପତି ଶ୍ରୀଯୁକ୍ତ ରାଜୀବ ଲୋଚନ ଦାସଙ୍କ ସଭାପତିତ୍ୱ ଓ ସାମ୍ବାଦିକ ନନ୍ଦକିଶୋର ପଟ୍ଟନାୟକଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ,ଭାରତୀୟ ପେଶାଦାର ସାମ୍ବାଦିକ ମହାସଂଘ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରେସକ୍ଲବ ଉପଦେଷ୍ଟା ଡା. ଗୌରାଙ୍ଗ ଚରଣ ରାଉତ ମୁଖ୍ୟବକ୍ତା ଏବଂ ବିଶିଷ୍ଟ ସ୍ତମ୍ଭକାର ମନୋରଞ୍ଜନ ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକଙ୍କ ମାନଙ୍କ ସମାଜପ୍ରତି ପ୍ରତିବଧଃତ୍ତାକୁ ସ୍ମରଣ କରାଇବା ସହ ଶ୍ରୁଂକଳା,ସ୍ୱଚ୍ଛତା ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ନିର୍ଭୀକ ଓ ନିରପେକ୍ଷତା ମଧ୍ୟରେ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ।ଅସାମାଜିକ ତତ୍ତ୍ୱକୁ ଶତର୍କ ଓ ସାମାଜିକଙ୍କୁ ଜାଗ୍ରତ କରିବା ସାମ୍ବାଦିକ ମାନଙ୍କର ଦୃଢ଼ ସଂକଳ୍ପ ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ।
ମୁଦ୍ରିତ ଓ ବୈଦିତିକ ଗଣମାଧ୍ୟମର ମାଲିକ,କେନ୍ଦ୍ର ଓ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ବୃତ୍ତିଗତ ସେବା,ସାମାଜି ନିରାପତ୍ତା ଓ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସର୍ବ ସମ୍ମତି କ୍ରମେ ଦାବୀ ଉଠିଥିଲା।ସ୍ତମ୍ବକାର ଶ୍ରୀଯୁକ୍ତ ଦଳାଇ ଜାତୀୟ ପ୍ରେସ ଦିବସର ଲକ୍ଷ,ସମ୍ବାଦ ଓ ସାମ୍ବାଦିକତା ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ନିରଞ୍ଜନ ସାହୁ,ସି.ଏଚ ଗଣେଶ୍ବର ରାଓ,ସନାତନ ନାୟକ,ପ୍ରମୋଦ ସାହୁକାର,ସୀମାଞ୍ଚଳ ପଣ୍ଡା,ନରେଶ ପାତ୍ର,ନନ୍ଦକିଶୋର ପଟ୍ଟନାୟକ,ଲାଡି ଶଙ୍କର ରାଓ,ଚନ୍ଦ୍ରଶେଖର ପଣ୍ଡା,ଧନୁ କୁସୁଲିଆ,ପ୍ରିୟରଞ୍ଜନ ସାହୁକାର,ପଦ୍ମ ବେହେରା,କ୍ଷମାଶାଗର ଦାସ ପ୍ରମୁଖ ଅନେକ ମୁଦ୍ରିତ,ବୈଦ୍ୟୁତିକ ଓ ୱେବ ଚାନେଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।





