Wednesday, July 22, 2026
Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା: ଜଟଣୀରେ ‘ସଚ୍ଛ ସର୍ବେକ୍ଷଣ-୨୦୨୧’

ଖୋର୍ଦ୍ଧା ଜିଲ୍ଲା: ଜଟଣୀରେ ‘ସଚ୍ଛ ସର୍ବେକ୍ଷଣ-୨୦୨୧’

44

ଜଟଣୀ,୧୭-୧୧-୨୦୨୦(ସଂଜୀବ କୁମାର): ଜଟଣୀ ପୌରପରିଷଦ ପକ୍ଷରୁ ସ୍ଥାନୀୟ ଟାଉହଲଠାରେ । ସ୍ଵଚ୍ଛ ସର୍ବେକ୍ଷଣ – ୨୦୨୧’ ସୋମବାର ଆୟୋଜିତ ହୋଇଯାଇଛି । ଏହି ଅବସରରେ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା । ଜଟଣୀ ପୌରପରିଷଦ ଅଧୀନରେ ରହିଥିବା ୨୩ଟି ୱାର୍ଡ ମଧ୍ୟରୁ ରେଳବାଇ ଅଞ୍ଚଳରେ ରହିଛି ୭ଟି ୱାର୍ଡ । ଉକ୍ତ ୱାର୍ଡଗୁଡ଼ିକରେ ରେଳପଥ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦେଉଥିବାବେଳେ ପୌରପରିଷଦ ଅଧୀନରେ ରହିଥିବା ଅବଶିଷ୍ଟ ୧୫ଟି ୱାର୍ଡରେ ପରିମଳ ଅବସ୍ଥା ପ୍ରତି କେହି ଧ୍ୟାନ ଦେଉନଥିଲେ ବୋଲି ଅଭିଯୋଗ ହେଉଥିଲା । ମୁକୁଳା ଅବସ୍ଥାରେ ନାଳନର୍ଦମା ପଡ଼ିଥିବାବେଳେ ବର୍ଷବର୍ଷ ଧରି କେତେକ ଜୈନ୍ ଆଜି ପର୍ଯ୍ୟନ୍ତ ସଫା ହେଉନଥିଲା ।

ଫଳରେ ଜଟଣୀର ପୌରପରିଷଦ ଅଧୀନ ୱାର୍ଡ ନଂ ୧୨ ଶ୍ମଶାନ ନିକଟରେ ରହିଥିବା ଝୁମୁଡ଼ି ବାସିନ୍ଦା ନାନା ଅସୁବିଧାରେ ରହୁଥିଲେ। ମୁକୁଳା ଡ୍ରେନ୍ ଯୋଗୁଁ ଦୁର୍ଗନ୍ଧରେ ଲୋକେ ରହିବା ଅସମ୍ଭବ ହେଉଥିବାବେଳେ ସାହି ମଧ୍ୟରେ ଡାଏରୀ ଫାର୍ମ ଅନ୍ୟତମ ସମସ୍ୟା ହୋଇରହିଛି ।ଏଥିପ୍ରତି କାହାରି ଦୃଷ୍ଟିନାହିଁ କିମ୍ବା ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ୱାର୍ଡବାସୀ । ଅନ୍ୟ ପକ୍ଷରେ ଦୀର୍ଘଦିନ ପରେ ଏସବୁ ସମସ୍ୟାକୁ ସୁଧାରିବାଲାଗି ପୌରପରିଷଦ ଏବେ ଅଣ୍ଟାଭିଡ଼ିଛି ।

ପୌରନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେବା ପରେ ସହରର ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ।ପ୍ରତିଦିନ ସହରାଞ୍ଚଳକୁ ସଫେଇ କରାଯିବାପରେ ବ୍ୟବସାୟୀମାନଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ ସଚେତନତା କରାଯାଉଛି । ଜଟଣୀ ପୌରପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ‘ସ୍ଵଚ୍ଛ ସର୍ବେକ୍ଷଣ-୨୦୨୧? ଆୟୋଜିତ ହୋଇଯାଇଛି । ଏହା ୨୦୨୧ ମସିହା ଜାନୁୟାରୀ ପର୍ଯ୍ୟନ୍ତ ଚାଲୁ ରହିବ । ସହରୀକରଣ ଯୋଜନାରେ ସହରର ପ୍ରତ୍ୟେକ ଘରୁ ବାହାରୁଥିବା ଆବର୍ଜନାଗୁଡ଼ିକୁ ସେପ୍ଟେଜମାଧ୍ୟମରେ ଜୈବଖତ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ପୌରପରିଷଦ ସଫେଇ କର୍ମଚାରୀମାନଙ୍କ ଦ୍ବାରା ପ୍ରତ୍ୟେକ ଘରୁ ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରାଯାଉଛି ।

ତେବେ ବାହ୍ୟ ମଳମୁକ୍ତ ଏବଂ ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ସେ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବ୍ୟବସାୟୀ ଓ ସ୍ଥାନୀୟ ବାସିନ୍ଦାମାନଙ୍କୁ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କରାଯାଇଥିଲା । ସହର ବାସିନ୍ଦା ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ରଖିବାକୁ କୁହାଯାଇଥିଲା । ସେହିପରି ଆବର୍ଜନାଗୁଡ଼ିକୁ ଏଣେତେଣେ ଫିଙ୍ଗିବା ପରିବର୍ତ୍ତେ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରନ୍ତୁ ବୋଲି ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଵଚ୍ଛସାଥୀ ଓ ସୁପରଭାଇଜରିମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରନିର୍ବାହୀ ଦିଲ୍ଲୀପ କୁମାର ମହାନ୍ତି, କନିଷ୍ଠଯନ୍ତ୍ରୀ ଆଲୋକ କୁମାର ସ୍ବାଇଁ, ପୌରଯ ଅନୁରାଧା ପ୍ରଧାନ, ଉପଯନ୍ତ୍ରୀ ଦୀପକ କୁମାର ରଥ, ସ୍ଵଚ୍ଛସାଥୀ, ସଫେଇକର୍ମଚାରୀ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।