
ଜଟଣୀ,୧୭-୧୧-୨୦୨୦(ସଂଜୀବ କୁମାର): ମାନବଧୀକାର ସଂଗଠନ ଏବଂ ମହିଳା ସୁରକ୍ଷା ସଂଗଠନ ଓଡ଼ିଶା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ପଚାୟତରେ ଆଜି ଆୟୋଜିତ ହୋଇଯାଇଛି । ଗ୍ରାମାଳରେ ଲୋକମାନଙ୍କୁ ସେବାଯୋଗାଇ ଜନପ୍ରତିନିଧୀର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବା ତରାବୋଇ ସରପଙ୍କୁ ଏହି ଦୁଇ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପବ୍ଲିକ ରାଇଟ୍ ଆସୋସିଏସନ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।
ଜଟଣୀ ବ୍ଲକ ତରାବୋଇ ପଚାୟତରେ ସରକାରଙ୍କ ପକ୍ଷରୁ ଜଳଯୋଗାଣ କରିବାରେ ବିଳମ ହେବାରୁ ସକିରା ଅବରାର ନିଜ ପ୍ରୟାସରେ ସୋଲାର ମାଧ୍ୟମରେ ଘରେଘରେ ପାନୀୟଜଳ ଯୋଗାଇ ନିଜର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମରେ ଖୋର୍ଦ୍ଧାଜିଲା ଜଟଣୀ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହିପରି ଅନେକ ଉଲେଖନୀୟ ଅବଦାନପାଇଁ ଜାତୀୟ ମାନବଧୀକାର ସଂଗଠନ ଏବଂ ମହିଳା ସୁରକ୍ଷା ସଂଗଠନର ମିଳିତ ସହଯୋଗରେ ତରାବୋଇ ସରପଞ୍ଚ ସକରା ଅବରାରଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।
ଏହି ଅବସରରେ ସାମ୍ବାଦିକ ମହମଦ ଇଫତେକାର ଅଲୀ ଓ ସମାଜସେବୀ ଯୋଗେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ସମର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀଭାବେ ମାନବଧୀକାର କର୍ମ ହଚିବୁର ରେହେମାନ ଯୋଗଦେଇ ଅତିଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନବଧୀକାର ସଂଗଠନ ତଥା ଜନଧିକାର ସଂଘ ରାଜ୍ୟ ସମ୍ପାଦକ ଦାସୁଦେବ, ସଞ୍ଜୀବ କୁମାର ଅଶୋକ କୁମାର ପ୍ରଧାନ ପ୍ରଦୀପ କୁମାର ମାର୍ଥା,ଜନଅଧିକାର ସଂଘ ଓଡ଼ିଶା ଶାଖାର ଗୀତାଳି ସେଠୀଙ୍କ ସହିତ ଅନ୍ୟମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ତରାବୋଇ ଅଂଚଳର ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ମିଶ୍ର, ସମାଜସେବୀ ମହମ୍ମଦ ଅବତାର, ମହମ୍ମଦ ଭଳିର,କୃଷ୍ଣଚନ୍ଦ୍ର ବଳିୟାରସିଂହ ମିନନ୍ଦନ ଚମତି କବୀ ସେ, ତମରୁଧର ପାତ୍ର, ହାରୀ ସାହୁ, କାକ ଦଳେଇ,ପୂର୍ଣ୍ଣଚନ୍ଦ୍ର ପାହାଡ଼ାସିଂହ, ବିରି ନାରାୟଣ ବରାଳ,ଦିଲାବର ନାଁ ପ୍ରମୁଖ ଉପସ୍ଥିତ ରହିଥିଲେ ।





