
ଜଟଣୀ,୧୭-୧୧-୨୦୨୦(ସଂଜୀବ କୁମାର): ଭାରତୀୟ ସମ୍ବିଧାନର ରକ୍ଷାକବଚ ତଥା ଚତୁର୍ଥ ସ୍ତମ କେବଳ ନାମକୁ ମାତ୍ର । ତାର ସୁରକ୍ଷାଲାଗି କାହାରୀ ଆନ୍ତରିକତା ନାହିଁ ବର ଗଣମାଧ୍ୟମକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରି ତାହାର ଫାଇଦା ଉଠାଯାଇଛି । ସମ୍ବିଧାନରେ ବାକି ତିନୋଟି ସ୍ତମ୍ବକୁ ସରକାର ସଂପୁର୍ଣ୍ଣ ସହଯୋଗ କରି ସୁରକ୍ଷା ପ୍ରଦାନ କରୁଥିବା ବେଳେ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଆଜି ସାମ୍ବାଦିକ ଜଗତକୁ ବିପଦ ମୁହଁକୁ ଠେଲି ଦେଇଛି ।
ତେଣୁ ସରକାର ଏଣିକି ଗଣମାଧ୍ୟମକୁ ସୁରକ୍ଷା ଦେବାଲାଗି ପ୍ରୟାସ କରନ୍ତୁ ନିତିବା ଗଣମାଧ୍ୟମ ନାମଧାରୀ ସାମ୍ବାଦିକ ଜଗତ ଲୋପ ପାଇବାକୁ ବେଶିଦିନ ଲାଗିନପାରେ ବୋଲି, ଆଜି ଜାତୀୟ ପ୍ରେସଦିବସ ଅବସରରେ ଜଟଣୀ ପ୍ରେସକ୍ରବର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମୀକ୍ଷାର ସମ୍ପାଦକ ଡଃ ମହେଶ୍ବର କହିଛନ୍ତି । ଜଟଣୀ ସଜୁବ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଓଡ଼ିଭାଷା ସାହିତ୍ୟ ଗବେଷଣା ତଥା ବିପିନୀ ବିହାରୀ ପାଠାଗାରର ଅଧକ୍ଷ ବିପିନୀ ବିହାରୀ ମହାନ୍ତୀ,ବରିଷ୍ଠ ଆଇନଜିବୀ ରବି ରାଉତରାୟ,ସଂଜିତ କୁମାର ମହାନ୍ତ୍ରୀ ଏବଂ ପ୍ରେସକ୍ଳବର ଉପଦେଷ୍ଠା ତଥା ସମାଜସେବୀ ଓ କ୍ରିଡାବିତ ହେମନ୍ତ କୁମାର ସୁନ୍ଦରାୟ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ପ୍ରତି ହେଉଥିବା ଅବହେଳା ଏବଂ ସେମାନଙ୍କର ସୁରକ୍ଷାଲାଗି ସରକାରଙ୍କୁ ନିଜ ବକ୍ତବ୍ୟ ମାଧମରେ ନିବେଦନ କରିଛନ୍ତି ।
ଏହି ଅବସରରେ ଅତିଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କଳିଙ୍ଗ ମିଡିଆ ସର୍ଭିସେଶ ପକ୍ଷରୁ ସାମ୍ବାଦିକମାନଙ୍କ ଶିକ୍ଷାର ଅଗ୍ରଗତି ନିମନ୍ତେ ସାମ୍ବାଦିକ ପୁସ୍ତକ ପ୍ରେସକ୍ଲବ କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ହୃଦାନନ୍ଦ କୋଦମାସିଂହ,ରଙ୍ଗନାଥ ବେହେରା,ପ୍ରଶାନ୍ତ କୁମାର ସାହୁ, ଦେବ ପ୍ରସାଦ ଦାଶ,ବିଶ୍ବଜିତ ସାମନ୍ତରାୟ,ସୁବ୍ରତ କୁମାର ନାୟକ,ହରିହର ସ୍ବାଇଁ,ମହମଦ ଇସମାଇଲ ଅଲୀ,ସଂଜିବ କୁମାର,ପ୍ରଦୀପ କୁମାର ମାର୍ଥା,ବିରଟି ମହାନୀ, ବୀର କିଶୋର ବାରିକ, ସାମ୍ବାଦିକା ମମତା ବେହେରା ଓ ଚପଳା ସିହ୍ମା ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ I





