Thursday, November 12, 2026
Home ଜିଲ୍ଲା ଲକ୍ଷ୍ମୀପୁର: ବସ ଦୁର୍ଘଟଣା ୨ମୃତ ୧୭ ଆହତ

ଲକ୍ଷ୍ମୀପୁର: ବସ ଦୁର୍ଘଟଣା ୨ମୃତ ୧୭ ଆହତ

208

ବିଷମକଟକ, ୧୭-୧୧-୨୦୨୦(ପ୍ରସନ୍ନ ପଣ୍ଡା): ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ଠାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ଘଟି ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବିଷମକଟକ ସରକାରୀ ଓ ଖ୍ରୀଷ୍ଟିଆନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟିଥିବା ଫର୍ଚୂନ ନାମକ ଘରୋଇ ବସଟି ରାତି ସାଢ଼େ ୧୦ଟାରେ ବିଷମକଟକ ଥାନା ହଜାରିଡାଙ୍ଗ ନିକଟରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ବସଟିରେ ୩୦ଜଣ ଯାତ୍ରୀଥିବା ଜଣାପଡ଼ିଥିବା ବେଳେ ୧୭ ଆହତ ହୋଇଛନ୍ତି।

ତେବେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ସଙ୍ଗେସଙ୍ଗେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠେଇଥିଲେ। ତେବେ ପ୍ରଥମେ ବସ ତଳେ କୌଣସି ଯାତ୍ରୀ ରହିଥିବା ସନ୍ଦେହ ହୋଇଥିଲେ ମଧ୍ୟ ଯାଞ୍ଚ ପରେ କେହିନଥିବା ସ୍ପଷ୍ଟ ହୋଇଥିଲା। ଘଟଣା ସ୍ଥଳକୁ ଜିଲ୍ଲାପାଳ ଓ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଘଟଣା ସ୍ଥଳ ଓ ଡାକ୍ତଖାନା ପହଂଚି ଆହତଙ୍କ ସ୍ୱାସ୍ଥ ଅବସ୍ଥା ପଚାରି ବୁଝିଥିଲେ।