Saturday, November 14, 2026
Home ଆଞ୍ଚଳିକ ବ୍ରହ୍ମପୁର: ମାନବିକତା ଦେଖାଇ ଦୁଇ ଆହାତ ବ୍ୟକ୍ତିଙ୍କୁ ମେଡିକାଲ ନେଲେ :ଜିଲ୍ଲାପାଳ

ବ୍ରହ୍ମପୁର: ମାନବିକତା ଦେଖାଇ ଦୁଇ ଆହାତ ବ୍ୟକ୍ତିଙ୍କୁ ମେଡିକାଲ ନେଲେ :ଜିଲ୍ଲାପାଳ

45

ବ୍ରହ୍ମପୁର,୧୬-୧୧-୨୦୨୦(ରଞ୍ଜନ): ଅନେକ ବାର ଗଞ୍ଜାମ ଜିଲ୍ଲାପାଳ ରାସ୍ତାକଡ଼ ରେ ଦୃଘଟଣା ଆହାତ ବ୍ୟକ୍ତି ମାନଙ୍କୁ ମେଡିକାଲ କୁ ଚିକିତ୍ସାଧିନ ନିମନ୍ତେ ପଠାଇ ସାହାଯ୍ୟ କରିବା ଘଟଣା ଦୃଶ୍ୟ ଦୃଷ୍ଟି ଗୋଚର ହୋଇଛି | ସେଭଳି ଏକ ଦୃଶ୍ୟ ଜିଲ୍ଲାପାଳ ଶନିବାର ଗୋପାଳପୁର ଗ୍ରସ୍ତ ସାରି ଫେରୁଥିବା ବେଳେ ସନ୍ଧ୍ୟା ସମୟରେ ଗୋପାଳପୁରରୁ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ଅନ୍ତର୍ଗତ ନାରାୟଣପୁର ମୁଖ୍ୟ ରାସ୍ତାରେ ଥିବା ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ ସମ୍ମୁଖରେ ଦୁଇ ବାଇକ୍ ଚାଳକ ରାସ୍ତାରେ ଥିବା ମିଡ଼ିଆନକୁ ଧକ୍କା ଦେଇ ଦୁର୍ଘଟଣାର ସମୁଖୀନ ହୋଇ ରାସ୍ତା ଉପରେ ଛିଟିକି ପଡି ରହିଥିଲେ ଜିଲ୍ଲାପାଳ ଆମ୍ବୁଲାନ୍ସ ଅପେକ୍ଷା ନକରି ନିଜସ୍ୱ ଗାଡି ରେ ମେଡିକାଲ ରେ ପହଂଚାଇ ଚିକିତ୍ସା ସଠିକ ଜଗାଇଦେବା ପାଇଁ ଡାକ୍ତର ଙ୍କୁ ନିର୍ଦେଶ ଦେଇଥିଲେ l ଆହାତ ବ୍ୟକ୍ତି ମାନେ ହେଉଛନ୍ତି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ସନ୍ତୋଷୀ ନଗର ଯୁବକ ଜଣେ ଟୁନା ସେଠି(୩୩ )ମିଟିକ ସେଠି( ୩୧)ତାଙ୍କ ମୁଣ୍ଡ ରେ ଗବିର ଆଘାତ ଲାଗିଥିବା ରୁ ଉଭୟ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସା ନମିଳିବା ରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ରବିବାର ଟୁନା ସେଠି ଙ୍କର ମୁର୍ତ୍ତୁ ଘଟିଥିଲା | ଅନ୍ୟ ଜଣେ ଉକ୍ତସାହିର ପଢଶି ଘର ଯୁବକ ମିଟିକ ସେଠି ତାଙ୍କର କିଛି ସୁସ୍ଥତା ଥିବା ଜଣା ପଡିଛି ଭୁବନେଶ୍ୱର ରୁ ବ୍ରହ୍ମପୁର ଅଣାଯାଇଥିବା ସୂଚନା ମିଳିଛି l