
ବାଲିଗୁଡା,୧୬-୧୧-୨୦୨୦( ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରବିବାର ଦିନ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଏକ ସଚେତନ ରଥ ଫୁଲବାଣୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ଘାଟିତ ହୋଇଯାଇଛି। ସଚେତନତା ରଥକୁ ଜିଲା ମିଶନ ଶକ୍ତି ନିର୍ଦ୍ଦେଶିକା ଡ଼ା ରାଜଶ୍ରୀ ପଟନାୟକ ପତକା ଦେଖାଇ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା କଲ୍ୟାଣି ମିଶ୍ର ,ଜିଲା କାର୍ଯ୍ୟକ୍ରମ ପରିଚାଳକ ମନୋରଂଜନ ସାହୁ , ଜିଲା ବିତ୍ତ ପରିଚାଳକ ନିଗମ ରାଉତ , ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଡ଼ା ପ୍ରଶାନ୍ତ ମହାରଣା , ସଦାନନ୍ଦ ସାହୁ , ରାଜେନ୍ଦ୍ର ପ୍ରସାଦ ପାଢୀ ଓ ବଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଫୁଲବାଣୀ ଠାରୁ ବାହାରି ଜିଲାର ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ସଚେତନ କରିବ ବୋଲି ଡ଼ା ରାଜଶ୍ରୀ ପଟନାୟକ ମତ ପ୍ରକାଶ କରିଥିଲେ |



