Sunday, October 11, 2026
Home ଅପରାଧ କନ୍ଧମାଳ ଜିଲ୍ଲା: ବ୍ୟାଟେରି ଓ ଡ଼ିଜେଲ୍ ଚୋର ରାକେଟ୍ ଠାବ

କନ୍ଧମାଳ ଜିଲ୍ଲା: ବ୍ୟାଟେରି ଓ ଡ଼ିଜେଲ୍ ଚୋର ରାକେଟ୍ ଠାବ

115

ବାଲିଗୁଡା,୧୬-୧୧-୨୦୨୦:(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ପୁଲିସ୍ କୁ ମିଳିଛି ବଡ଼ ସଫଳତା। ଦୀର୍ଘଦିନ ହେଲା ଫୁଲବାଣୀ ସମେତ କଟ୍ରିଙ୍ଗିଆ ଓ ବେଲପଦର ଆଦି ଅଞ୍ଚଳର ବିଭିନ୍ନ ଗାଡ଼ିରୁ ବ୍ୟାଟେରି ସହିତ ଡ଼ିଜେଲ୍ ଚୋରି କରୁଥିବା ଏକ ରାକେଟ୍ କୁ ଧରିବାର ସଫଳ ହୋଇଛି ଗୋଛାପଡ଼ା ପୁଲିସ୍। ରବିବାର ଦିନ ଗୋଛାପଡ଼ା ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ଫୁଲବାଣୀ ଏସ୍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ଦେଇଥିବା ସୂଚନା ଆଧାରରେ, ଗିରଫ ରାକେଟ୍ ଦଳ ରାତ୍ରରେ ଯେଉଁମାନଙ୍କର ଗାଡ଼ି ବାହାରେ ରହୁଛି ସେମାନେ କିମ୍ବା ଯେଉଁ ମାନଙ୍କର ସୋଲାର ଲାଇଟ୍ ଆଦି ଲାଗୁଛି ତାହାକୁ ଦିନରେ ବୁଲି ବୁଲି ଚିହ୍ନଟ କରିବା ସହିତ ରାତ୍ରରେ ତାହାକୁ ଚୋରି କରିଥାନ୍ତି। ଗତ କିଛିମାସ ହେଲା ସେମାନେ ଏହି ଚୋରା ଅଭିଯାନ ଚଳାଇଥିବା ବେଳେ ପୂର୍ବରୁ ମଧ୍ୟ ଏନେଇ ପୁଲିସ୍ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ଗିରଫ ମଧ୍ୟରେ ଅଛନ୍ତି ଏକ ଆଶ୍ରମ ବିଦ୍ୟାଳୟର ପିଅନ। ଶନିବାର ଏହି ରାକେଟର ୪ ଜଣ ଗିରଫ ହୋଇଥିବା ବେଳେ ରବିବାର ଗିରଫ ହୋଇଛନ୍ତି ଅନ୍ୟ ୫ ଜଣ। ଗୋଛାପଡ଼ା ପୁଲିସ୍ ଏହି ମାମଲାରେ ଭିନ୍ନ ଭିନ୍ନ ୩ଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ଦିନ ବେଲପଦର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଲାଗିଥିବା ବହୁ ସୋଲାର ଲାଇଟ୍ ଆଦି ଚୋରି ହୋଇଥିବା ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟ୍ରତୀ ଗୋଛାପଡ଼ା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ପ୍ରଥମେ ସନ୍ଦେହରେ ଉକ୍ତ ବିଦ୍ୟାଳୟର ପିଅନ ଅଭୟ କୁମାର କହଁରକୁ ପଚାରା ଉଚରା ଉପରେ ବହୁ ରହସ୍ୟ ପୁଲିସ୍ ପାଇଥିଲା। ଘଟଣାରେ ପୁଲିସ୍ ଅଭୟକୁ ଗିରଫ କରିବା ସହିତ ବିଭିନ୍ନ ସମୟରେ ହୋଇଥିବା ଚୋରି ଘଟଣାରେ ଅନ୍ୟ ୮ଜଣଙ୍କୁ ଗିରଫ କରାଯାଇଛି |