Thursday, October 15, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: ସର୍ଟ ସର୍କିଟରୁ ନିଆଁ ଲାଗି ଅଗ୍ନିକାଣ୍ଡ ଦୋକାନ ପୋଡି

କନ୍ଧମାଳ ଜିଲ୍ଲା: ସର୍ଟ ସର୍କିଟରୁ ନିଆଁ ଲାଗି ଅଗ୍ନିକାଣ୍ଡ ଦୋକାନ ପୋଡି

116

ବାଲିଗୁଡା,୧୬-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବାକିଙ୍ଗିଆ ଗ୍ରାମର ଡକେଡୁନାଜୁଠାରେ ଗତକାଲି ଏକ ଦୋକାନ ଘରେ ଅଗ୍ନି କାଣ୍ଡ ଘଟିଛି। ରବିବାର ମଧ୍ୟାହ୍ନରେ ଅପରାଜିତା ପ୍ରଧାନଙ୍କ ଦୋକାନ ଘରେ ସର୍ଟଶର୍କିଟରୁ ନିଆଁ ଲାଗି ଯାଇଥିଲା । ଏହି ସମୟରେ ଦୋକାନ ବନ୍ଦ ଥିଲା, ନିକଟସ୍ଥ ଲୋକେ ଦେଖି ଖବର ଦେବାପରେ ରାଇକିଆ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ଦୋକାନରେ ଥିବା କେତେକ ଜିନିଷ ପୋଡି ନଷ୍ଟ ହୋଇ ଥିବା ଜଣାପଡିଛି l ଦୋକାନ ନିକଟରେ ଥିବା ଏକ ଗଛରେ ମଧ୍ୟ ନିଆଁ ଲାଗି ଯାଇଛି।