Saturday, November 14, 2026
Home ଆଞ୍ଚଳିକ ଗ୍ରାସୀମ କମ୍ପାନୀ ବିରୋଧରେ : ଜିଲ୍ଲାପାଳଙ୍କୁ ଭେଟିବାକୁ କାର୍ଯ୍ୟାନୁଷ୍ଠାନ କମିଟିର ନିଷ୍ପତି

ଗ୍ରାସୀମ କମ୍ପାନୀ ବିରୋଧରେ : ଜିଲ୍ଲାପାଳଙ୍କୁ ଭେଟିବାକୁ କାର୍ଯ୍ୟାନୁଷ୍ଠାନ କମିଟିର ନିଷ୍ପତି

21

ଗଞ୍ଜାମ ୧୫-୧୧-୨୦୨୦ (ଜିଲ୍ଲା ଖବର/ ପ୍ରଦୀପ କୁମାର ସାହୁ): ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀରେ ସ୍ଥାନୀୟ ଗଞ୍ଜାମର ବିଭିନ୍ନ ସମସ୍ୟା ଯଥା- ପରିବେଶ ସୁରକ୍ଷା, ନିରାପତ୍ତାର ପରିଚାଳନା, ଗତ ତୃଟି ତଥା ଅନ୍ୟାନ୍ୟ ଅବ୍ୟବସ୍ଥା ବିରୁଦ୍ଧରେ ଗଞ୍ଜାମ କରୟାନୁଷ୍ଠାନ କମିଟି ଏକ ଗୁରୁତ୍ୱପୂର୍ଣ ବୈଠକ କମ୍ପାନୀମୁଖ୍ୟ ପ୍ରଶାସନିକ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ନଗରପାଳ ବୃନ୍ଦାବନ ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଯୋଗ ଦେଇଥିଲେ।ଆସନ୍ତା ବୁଧବାର ଦିନ ୭ ଦଫା ଦାବି ନେଇ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଗଂଜାମ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ନିଷ୍ପତି ହୋଇଥିଲା।ଏହା ସହିତ ଆଗାମି ଦିନରେ ଏ ସମସ୍ୟା ନେଇ ଆମରଣ ଅନଶନ କରିବାନେଇ ବୈଠକରେ ନିଷ୍ପତି ହୋଇଥିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ କମିଟିର ବିଭିନ୍ନ ସମସ୍ୟା ଯଥା -ଗତ ଅକ୍ଟୋବର ୬ ତାରିଖରେ କମ୍ପାନୀ ପରିସରରେ ଘଟିଥିବା ଦୃଘଟଣା ଜନିତ ମୃତ୍ୟୁର ଯୁଗ୍ମ ସ୍ତରୀୟ ତଦନ୍ତ (ପ୍ରଶାସନିକ ଓ ବୈଷୟିକ) ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ କମ୍ପାନୀରେ ଚାକିରି, ସହ-ପରିଚାଳକ (ଉତ୍ପାଦନ) ଆଲୋକ ଦୋରାଙ୍କ ବହିସୃତ ପ୍ରତ୍ୟାହାର,ଗ୍ରାସୀମ କମ୍ପାନୀ ହାତକୁ ନେବାପରେ କମ୍ପାନୀରେ କେତେ ସ୍ଥାନୀୟ ନିଯୁକ୍ତି ତାର ଶ୍ବେତପତ୍ର ପ୍ରକାଶ।କମ୍ପାନୀରେ ଏଚ ଆର ମୁଖ୍ୟ ଜି କେ ଗେନେରିୱାଲ ଙ୍କୁ ଏଠାରୁ ହଟାଯାଉ।ଗଞ୍ଜାମ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ଜାଗା ଉପରେ ଗ୍ରାସୀମ କମ୍ପାନୀ ଦ୍ୱାରା ନିଆଯାଇଥିବା ବିଷାକ୍ତ ପାଇପ କୁ ଜୀବନ ସୁରକ୍ଷା ଦୃଷ୍ଟିରୁ ହଟାଯାଉ।ଗ୍ରାସୀମ କମ୍ପାନୀ ଚାରି ପାଖରେ ସ୍ଥାପିତ ୩ଟି ରାସାୟନିକ କାରଖାନା ନିର୍ଗତ ବିଷାକ୍ତ ଜଳ ପୋଖରୀ ମାନଙ୍କରେ ପ୍ରବେଶ ଓ ଗ୍ୟାସ ଦ୍ୱାରା ପ୍ରଦ୍ୟୁଷଣର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ନେଇ କମିଟି ଦାବି କରିଛି। କମିଟିର କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା। କମିଟିର ସଭାପତି ରୂପେ ବୃନ୍ଦାବନ ପଲାଇ, ଉପ-ସଭାପତି ଭାବେ ସରପଞ୍ଚ ଦିଲିପ ଛୋଟରାୟ, ପ୍ରଭାକର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଗୌରୀ ଶଙ୍କର ବାରିକି, ସହ ସମ୍ପାଦକ ଭାବେ ସରପଞ୍ଚ ଜି.ସନ୍ତୋଷ ରେଡି, ସୁଧୀର ପାଢ଼ୀ, କୋଷାଧ୍ୟକ୍ଷ ଭାବେ ସୁଦାମ ଜେନା, ସମେତ ଗଞ୍ଜାମ ଏନ ଏ ସି ପ୍ରତ୍ୟେକ ୱାର୍ଡରୁ ଓ ପାଳିବନ୍ଧ ଏବଂ କାଇଁଚପୁର ପଞ୍ଚାୟତର ପ୍ରତ୍ୟେକ ଗ୍ରାମରୁ କମିଟି ର ସଭ୍ୟଭାବେ ଲୋକ ଙ୍କୁ ନିଆଯାଇଥିବା ଜଣା ପଡ଼ିଛି। କମିଟିର ଉପଦେଷ୍ଟା ଭାବେ ୧୪ ନମ୍ବର ଜିଲ୍ଲାପରିଷଦ ସଭ୍ୟା ରଶ୍ମିରଣୀ ମହାପାତ୍ରଙ୍କୁ ନିଆଯାଇଥିବା ଜଣାପଡିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସି.ପି.ଆଇ. ନେତା କୈଳାସ ପଲାଇ, ରବୀନ୍ଦ୍ର ପଣ୍ଡା, ଦୁର୍ଗା ମାଧବ ପାଣିଗ୍ରାହୀ, ଭଗବାନ ପ୍ରଧାନ, ବିଜେଡି ନେତା ରାକେଶ ଦାସ, ମନୋଜ ପ୍ରଧାନ, ବୁଲୁ ରେଡି, ମନୋଜ ପାଢ଼ୀ, ଭାଜପା ପୂର୍ବତନ ନଗର ସଭାପତି କାନ୍ତାରୀ ଦଳାଇ, ମସ୍ୟଜୀବୀ ନେତା ଭୀମସେନ ବେହେରା, ବିଜେଡି ନଗର ସଭାପତି ପି.ରାଜୁ ରେଡି, ପୂର୍ବତନ କାଇଁଚପୁର ସରପଞ୍ଚ ଗୋବିନ୍ଦ ରେଡି, ରଞ୍ଜିତ ପଲାଇ, ମଦନ ପାଢ଼ୀ, ପର୍ଶୁରାମ ପରିଡା, ପର ମହାଙ୍କୁଡ଼ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।