Sunday, October 11, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳ ଜିଲ୍ଲା: ଜି. ଉଦୟଗିରି ଠାରେ ପ୍ରେସ କ୍ଲବ ଗଠିତ

କନ୍ଧମାଳ ଜିଲ୍ଲା: ଜି. ଉଦୟଗିରି ଠାରେ ପ୍ରେସ କ୍ଲବ ଗଠିତ

78

ବାଲିଗୁଡା,(ଜିଲ୍ଲା ଖବର/ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ଆଜି ବ୍ୟବସାୟୀ ସଂଘ ଗୃହଠାରେ ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ପ୍ରେସ କ୍ଲବ ଗଠିତ ହୋଇଛି।ପ୍ରଶ୍ନ କୁମାର ମିଶ୍ର ଙ୍କ ନିର୍ଦେଶ କ୍ରମେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ ଅଧ୍ୟକ୍ଷତା କରିଥିଲେ । ସାମ୍ବାଦିକ ମାନଙ୍କ ବିଭିର୍ଣ୍ଣ ପ୍ରକାର ସମସ୍ୟା, ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ସାମ୍ବାଦିକ ମାନଙ୍କ ସର୍ବସମ୍ମତି ପ୍ରକାରେ ଏକ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ସମୀର କୁମାର ପାଢୀ,ଉପ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ବଟ କୃଷ୍ଣ ଦାସ,ସହ ସମ୍ପାଦକ ରାମକୃଷ୍ଣ ଚୌଧୁରୀ, କୋଷାଧ୍ୟକ୍ଷ ଗଗନ କୁମାର ନାୟକ ଓ କାର୍ଯ୍ୟକାରିଣୀ ସଭ୍ୟ ଭାବରେ ଦେବନାଥ ଦଳବେହେରା, ପତିତପାବନ ସାହୁ,ପ୍ରତାପ ଚନ୍ଦ୍ର ପାଢ଼ୀ,ଅନୀଲ କୁମାର ଦଳବେହେରା, ଚନ୍ଦ୍ର ଶେଖର ପାଢ଼ୀ,ଜୋସେଫ ଡିଗାଲ ପ୍ରଭୁତିଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରତାପ ଚନ୍ଦ୍ର ପାଢ଼ୀ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ |