Home ଜିଲ୍ଲା ଖୋର୍ଦ୍ଧା ଧନତରାସରେ ମାନିଲେନି କୋଭିଡ଼ ନିୟମ ଜମିଲା ଭିଡ଼, ୩୦ ହଜାର ଜୋରିମାନା ଆଦାୟ

ଧନତରାସରେ ମାନିଲେନି କୋଭିଡ଼ ନିୟମ ଜମିଲା ଭିଡ଼, ୩୦ ହଜାର ଜୋରିମାନା ଆଦାୟ

28

ଜଟଣୀ,୧୫-୧୧-୨୦୨୦(ସଞ୍ଜୀବ କୁମାର): ଧନତରାସରେ ଓ ଦୀପାବଳି ଲାଗି ଜଟଣୀ ସହରର ସମସ୍ତ ସୁନାଦୋକାନରେ ପ୍ରବଳ ଜନସମାଗମ ହୋଇଥିଲା । ଭିଡ଼ ଏମିତି ହୋଇଥିଲା ଯେ ଲୋକେ କୋଭିତ୍ କଟକଣାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ବ୍ୟବସାୟୀ ଓ ଗ୍ରାହକ, କାହାରି ଏଥିତି ଧାନ ନଥିଲା । ପ୍ରଶାସନ ନିକଟରେ ଏ ନେଇ ଖବର ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଜୋରଦାର ଚଢ଼ଉ । ପୁଲିସ ଉପସ୍ଥିତିରେ ତହସିଲ ଓ ପୌରପରିଷଦର ମିଳିତ ସହଯୋଗରେ ୩୦ ହଜାରରୁ ଉର୍ଦ୍ଧ ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଏବଂ ପୌରନିର୍ବାହୀ ଅଧୁକାରୀ ଦିଲ୍ଲୀପ କୁମାର ମହାନ୍ତି ଜଟଣୀ ଥାନା ପୁଲିସ ସହଯୋଗରେ ବିଭିନ୍ନ ଦୋକାନରେ ଚଢ଼ଉ କରିଥିଲେ।
ଚଢ଼ଉବେଳେ ପ୍ରତ୍ୟେକ ସୁନାଅଳଙ୍କାର ଦୋକାନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ବିନା ମାସ୍କ, ସାମାଜିକ ଦୂରତାରେ ଲୋକେ ଦୋକାନରେ ଗହଳି କରିଥିଲେ । ବ୍ୟବସାୟୀମାନେ ବି ଏହି ନିୟମକୁ ଅଣଦେଖା କରିଥିଲେ। ତହସିଲଦାର ଚଢ଼ଉ ସମୟରେ ୨୬ ହଜାର ୨ ଶହ ଟଙ୍କା ଜୋରିମାନା ଆଦାୟ କରିଥିବାବେଳେ ପୌରନିର୍ବାହୀ ଅଧିକାରୀ ୨ ହଜାର ୯ଶହ ଟଙ୍କା ଆଦାୟ କରି ଲୋକମାନଙ୍କୁ କୋଭିଡ୍ ଆଇନ୍ ମାନିବାକୁ ସତର୍କ କରାଇଥିଲେ ।