Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା:ପୌରପରିଷଦ ୧୨ ନଂୱାର୍ଡ଼ ରାସ୍ତା ପାଲଟିଛି ମରଣଯନ୍ତା

ଖୋର୍ଦ୍ଧା ଜିଲ୍ଲା:ପୌରପରିଷଦ ୧୨ ନଂୱାର୍ଡ଼ ରାସ୍ତା ପାଲଟିଛି ମରଣଯନ୍ତା

42

ଜଟଣୀ,୧୫-୧୧-୨୦୨୦(ସଞ୍ଜୀବ କୁମାର): :ଜଟଣୀ ପୌରପରିଷଦ ଅଧନ ପ୍ରାର୍ଡ଼ ନଂ ୧୨ ବାଛରାପାଟଣା ଜଗନ୍ନାଥ ବିହାର ରାସ୍ତା ପାଲଟିଛି ମରଣଯନ୍ତା । ଏଠାରେ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ହେଲେ ପୌରପ୍ରଶାସନ ଏଥିପାଇଁ ତିଳେ ମାତ୍ର ଧାନ ଦେଉନାହାଁନ୍ତି ବାଛରାପାଟଣା ମୂଖ୍ୟ ରାସ୍ତାର ଜଗନ୍ନାଥ ବିହାର ଠାରୁ କ୍ରିଷ୍ଣା ସିଂ ଘର ପର୍ଯ୍ୟନ୍ତ ରାସ୍ତା ଉପରେ କେତେକ ସ୍ଥାନରେ ଏକ ରୁ ୨ ଫୁଟ୍ ବର୍ଷ ତମାମ ପାଣି ଜମି ରହୁଛି। ମୂଖ୍ୟରାସ୍ତା ପାର୍ଶ୍ୱରେ ଥିବା ଏହି ରାସ୍ତାର ବିଦ୍ଯୁତ୍ ଟ୍ରାନ୍ସଫର୍ମର ନିକଟରେ ୨ ଫୁଟ ପାଣି ଜମି ରହୁଥିବା ବେଳେ ଏଠାରେ ହଂସମାନଙ୍କର ଜଳଚ୍ଚିତ୍ର ପୁଷ୍କରିଣୀ ପାଲଟିଯାଇଛି । ଗତ ବର୍ଷ ଜୁଲାଇ ମାସରେ ଏହି ଟ୍ରାଡଫର୍ମର ପର୍ଯ୍ୟନ୍ତ ଲଗାଣ ବର୍ଷାରେ ବର୍ଷାଜଳ ଜମି ରହି ଏହି ବାଟ ଦେଇ ଯାଉଥିବା ଏକ ଷଣ୍ଡ ବିଦ୍ୟୁତଘାତରେ ମୃତ୍ୟୁବରଣ କରିଥିଲା ।

ଦୈନନ୍ଦିନ ଏହି ବାଟ ଦେଇ ଉଦ୍ଧୃସ୍କୁଲ, ଶିଶୁମନ୍ଦିର, ରାମଚନ୍ଦ୍ରପୁର ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଛୋଟ ପିଲାମାନେ ଯାଉଥିବା ବେଳେ ଏଠାରେ ପାଣି ଜମିବା ହେତୁ ଟ୍ରାନୁଫର୍ମରକୁ ଆବଦ୍ଧ କରି ରଥବା ତାରଜାଲିକୁ ଧରି ବିପଦଜନକ ଅବସ୍ଥାରେ ରାସ୍ତା ପାର ହେଉଥିବା ଦେବାକୁ ମିଳୁଛି । ଅନ୍ୟ ପକ୍ଷରେ ଏହି ରାସ୍ତା ଦେଇ ସରକାରଙ୍କ ମେଗା ପ୍ରଜହ୍ନ ମାଧ୍ୟମରେ ଯାଇଥିବା ପାନିୟଜଳ ପାଇଁ ପାଇପଲାଇନ୍ ବ୍ୟବସ୍ଥା ପାଇଁ ଠିକାଦାର
ରାସ୍ତା ଖୋଳି ଏହାକୁ ବିପର୍ଯ୍ୟସ୍ତ ଅବସ୍ଥାରେ ଛାଡ଼ି ଅନ୍ୟକାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାସ୍ତା ସାରା ପଙ୍କ କାଦୁଅରେ ପରିପୁର୍ଣ ହୋଇଥିବା ବେଳେ ଦୀର୍ଘ ଦିନରୁ ଜମି ରହିଥିବା ନର୍ଦମା ଜଳ ପରିବେଶକୁ ଅତ୍ୟନ୍ତ କ୍ଷିନ୍ନ କରି ପକାଇଛି । ବର୍ଷ ତମାମ ନର୍ଦମା ଜଳ ଜମି ରହି ମଶା, ମାଛିଙ୍କ ପ୍ରାର୍ଦୁଭାବରେ ମହାମାରୀ ରୋଗ ଆଶଙ୍କା କରାଯାଇଥିବା ବେଳେ ଦୁର୍ଗନ୍ଧରେ ଲୋକେ ଅତିଷ୍ଠ ହୋଇ ଯାଉଛନ୍ତି । ଏଥିପ୍ରତି ପୌର ପରିଷଦ କର୍ମଚାରୀମାନେ ଦୃଷ୍ଟି ଦେବାକୁ ଅଂଚଳବାସୀ ନିବେଦନ କରିଛନ୍ତି ।