Sunday, November 15, 2026
Home ଆଞ୍ଚଳିକ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ

ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ

22
nk/ps

ଗଂଜାମ,୧୫-୧୧-୨୦୨୦ (ପ୍ରଦୀପ କୁମାର ସାହୁ) : ଗଞ୍ଜାମ ବ୍ଲକର ଅଗ୍ରଣୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଭିନ୍ନ ଢ଼ଙ୍ଗରେ ଦୀପାବଳି ପାଳନ କରାଯାଇଛି। ଆଲୋକର ପର୍ବ ଦୀପାବଳି ରେ ରାସାୟନିକ ପଦାର୍ଥ ତଥା ବାଣ ଫୁଟାଇ ପରିବେଶ ଉପରେ କୁପ୍ରଭାବ ନପକେଇ ପାରମ୍ପାରିକ ମାଟି ଦୀପ,ଘିଅ ଜଳାଇ ଉତ୍ସବକୁ ସୁନ୍ଦର ଭାବେ ପାଳନ କରିବାକୁ ଅନୁଷ୍ଠାନ ପକ୍ଷରୁ ଦୀର୍ଘ ଚାରି ବର୍ଷ ଧରି କେତେବେଳେ ପଦଯାତ୍ରା ତ କେତେବେଳେ ସାଇକେଲ ରାଲି କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଉଛି। ବାଣ ବିସ୍ଫୋରଣରେ ସୃଷ୍ଟି ହେଉଥିବା ବିରାଟ ଶବ୍ଦ ଓ ରାସାୟନିକ ଧୂଆଁ ପରିବେଶରେ ଥିବା ଉପକାରୀ ପକ୍ଷୀ, କିତପଟଙ୍ଗ,ଜୀବଜନ୍ତୁଙ୍କ ଜୀବନଚକ୍ର ଉପରେ କୁପ୍ରଭାବ ପକାଏ ଫଳରେ ପରିବେଶ ଅସୁନ୍ତୁଳନ ସହ ବାୟୁ ମଧ୍ୟ ଅସ୍ୱାସ୍ଥ୍ୟକର ହୋଇଯାଇଛି। ତେଣୁ ଆଲୋକର ପର୍ବ ଦୀପାବଳି କୁ ପାରମ୍ପାରିକ ରୀତିନୀତି ରେ ସଜେଇ ଭିନ୍ନ ଢ଼ଙ୍ଗରେ ଉପଭୋଗ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିଆସୁଛନ୍ତି। ମାଟିଦୀପ ରେ ଭାରତ ମାନଚିତ୍ର ସଜେଇ ସୀମାରେ କାର୍ଯ୍ୟରତ ସୈନିକ ମାନଙ୍କ ପ୍ରତି ଉତ୍ସର୍ଗ ନିମନ୍ତେ ସଭାପତି ଶ୍ରୀ ଚୈତନ୍ୟ ରେଡି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡି, କୋଷାଧ୍ୟକ୍ଷ ମୋଚିରାମ୍ ବେହେରା, ଗଗନ ସାହୁଙ୍କ ସଂଯୋଜନାରେ ସମସ୍ତେ ମାସ୍କ ପରିଧାନ କରି ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଚୈତନ୍ୟ ରେଡି, ସମ୍ପାଦକ ଦୀପକ କୁମାର ସାହୁ, ଆର୍ ଗଣେଶ ରେଡି, କାହ୍ନୁ ଗୌଡ, କୈଳାସ ସେଠୀ,ଦଣ୍ଡପାଣି ସେଠୀ,ଅନିଲ ସେଠୀ,ରବୀନ୍ଦ୍ର ଗୌଡ,ନିରାକାର ମହାରଣା,ମହେଶରେଡି,ବି ଜିତେନ୍ଦ୍ର ରେଡି, ବି ଦେବାଶିଷ ରେଡି, ୟୁ ସୁଶାନ୍ତ ରେଡି, ମିଥୁନ ମହାପାତ୍ର,ସୁରେନ୍ଦ୍ର ଗୌଡ, ବଳରାମ ସେଠୀ, ଜିତୁ ସାହୁ,ଗଗନ ମହାପାତ୍ର ,ଦୀପକ ଗୌଡ ଓ ବହୁତ ଗ୍ରାମବାସୀ ସାମିଲ ହୋଇଥିଲେ।