
ଗଂଜାମ,୧୫-୧୧-୨୦୨୦ (ପ୍ରଦୀପ କୁମାର ସାହୁ) : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଛୋଟବସା ନିକଟସ୍ଥ ନୀଳକଣ୍ଠେଶ୍ଵର ଶିକ୍ଷା କେନ୍ଦ୍ର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ପୋଇରାଶି ସରପଞ୍ଚ ଶ୍ରୀମତୀ ଏ ସୁନୀତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସାମାଜିକ ଦୁରତ୍ଵ ବଜାୟ କରି ନୀଳକଣ୍ଠେଶ୍ଵର ଶିକ୍ଷା କେନ୍ଦ୍ରର ମୁଖ୍ୟ ଶ୍ରୀ ଦୀପକ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ନୂଆଁ ପଲ୍ଲୀ ଆଞ୍ଚଳିକ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରକାଶ ବେହେରା, ଶିକ୍ଷାବିତ୍ ରାଇବାରି ବେହେରା, ଯୁବ ସଂଗଠକ ଶ୍ରୀ ଡି ଦେବ ହରି ରେଡ୍ଡୀ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଗୌଡ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସି ଆର୍ ସି ସି ଶ୍ରୀ ବେହେରା ନିଜ ବକ୍ତବ୍ୟ ରେ କିପରି ଜଣେ ସୁଛାତ୍ରଛାତ୍ରୀ ସମାଜ ଗଠନ ଦିଗରେ ମୁଖ୍ୟ ସୁତ୍ରଧର ହୁଏ ତାହା ବର୍ଣ୍ଣନା କରିଥିଲେ। ଶିକ୍ଷାବିତ୍ ରାଇବାରୀ ବେହେରା ଓ ରବୀନ୍ଦ୍ର ଗୌଡ ଶିଶୁ ଦିବସରେ ଶିଶୁ ମାନଙ୍କ ଅଧିକାର, ସ୍ବପ୍ନ ଓ ନେହୁରୁଙ୍କ ସ୍ବପ୍ନ ଉପରେ ମତ ରଖିଥିଲେ। ଯୁବ ସମାଜିକ କର୍ମୀ ଡି ଦେବ ହରି ରେଡି ବିଭିନ୍ନ ଗୋଷ୍ଟିଭିତକ କ୍ରୀଡା ଓ ଗପ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ର ଗଠନ ସହ ସମାଜ ଗଠନ ଦିଗରେ ସାମିଲ ହେବାପାଇଁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ସାଧାରଣ ଜ୍ଞାନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା। ସଂଗ୍ରାମ ରେଡି, ଗଗନ ସାହୁ, ଋତୁପର୍ଣ୍ଣା ସାହୁ, ବାବୁ ନାହାକ ପ୍ରମୁଖ ସହଯୋଗ କରିଥିଲେ।


