
ଗଂଜାମ,୧୫-୧୧-୨୦୨୦ (ପ୍ରଦୀପ କୁମାର ସାହୁ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ବିଜୁ ଜନତା ଦଳ ଛତ୍ରପୁର ଓ ମୋ ପରିବାର ଆନୁକୂଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସନ୍ତୋଷପୁର ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ରେଡି ଓ ସ୍ଥାନୀୟ ବିଜୁ ଜନତା ଦଳ ନେତୃତ୍ୱ ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତିl
ବର୍ତ୍ତମାନ ମହାମାରୀ କରୋନାର ଭୟାବହ ପରିସ୍ଥିତିରେ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନ ବାର୍ତ୍ତା – ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ପିନ୍ଧିବା, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଅତି ଜରୁରୀ ନଥିଲେ ଘରୁ ବାହାରକୁ ଯିବା ନାହିଁ, ଟୀକା ନ ଆସିବା ପର୍ଯ୍ୟନ୍ତ ମାସ୍କ ହିଁ ଆମର ସୁରକ୍ଷା କବଚ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଅନୁରୋଧ ପ୍ଲାଜମା ଦାନ କରି ଅନ୍ୟ ରୋଗୀର ଜୀବନ ବଞ୍ଚାନ୍ତୁ, କରୋନା ସମୟରେ ଯେଉଁ ଲୋକମାନଙ୍କୁ ଭଗବାନ ଭଲରେ ରଖିଛନ୍ତି ଓ ରୋଜଗାର କରିବାର ଅଧିକ କ୍ଷମତା ଦେଇଛନ୍ତି,
ସେହି ଲୋକ ମାନଙ୍କୁ ଅନୁରୋଧ ଦୁଃଖି, ଗରିବ, ଖଟିଖିଆ ଦିନ ମଜୁରିଆ ଓ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାନ୍ତୁ – ଏହି ବାର୍ତ୍ତାକୁ ଘରେ ଘରେ ବୁଲି ଜନସାଧାରଣ ମାନଙ୍କୁ ସଚେତନ କରାଯାଇଅଛି।







