
ବାଲିଗୁଡା, ୧୫-୧୧-୨୦୨୦(ଜିଲ୍ଲା ଖବର): କନ୍ଧମାଳ ଏସପି ଓ ଅବକାରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ଚାଲିଛି ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ ଅଭିଯାନ । କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି | ଚଢ଼ାଉବେଳେ 1 କୋଟି 70 ଲକ୍ଷ ଟଙ୍କାର ବେଆଇନ୍ ରେ ଲାଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । କ.ନୂଆଗାଁ ଥାନା କୁଡ଼ୁତୁଲି, ଜମାପଦର ଓ ଜନାଗୁଲ୍ ଅଞ୍ଚଳରେ ପ୍ରାୟ ୧୭୦ ଏକର ସରକାରୀ ଜମିରେ ବେଆଇନ୍ ଗଞ୍ଜେଇ ଚାଷ ହୋଇଥିଲା ।
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା



