Tuesday, October 13, 2026
Home ଆଞ୍ଚଳିକ ଟାଙ୍ଗଣାପଲ୍ଲୀ: ଶିଶୁ ଦିବସରେ ରୋଟାରୀ କ୍ଳବ ଇଷ୍ଟ ତରଫରୁ ହାତ ଧୁଆ ଓ କରୋନା ସଚେତନତା...

ଟାଙ୍ଗଣାପଲ୍ଲୀ: ଶିଶୁ ଦିବସରେ ରୋଟାରୀ କ୍ଳବ ଇଷ୍ଟ ତରଫରୁ ହାତ ଧୁଆ ଓ କରୋନା ସଚେତନତା ଶିବିର

78

ଛତ୍ରପୁର,୧୪-୧୧-୨୦୨୦(ଜିଲ୍ଲା ଖବର): ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଜବାହାରଲାଲ ନେହେରୁ ଙ୍କ ପବିତ୍ର ଜନ୍ମ ଦିବସ ‘ ଶିଶୁ ଦିବସ’ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଗ୍ରାମରେ ଏକ ଛାତ୍ର ଛାତ୍ରୀ ସମାବେଶ ରେ ହାତ ଧୂଆ କୌଶଳ କର୍ମକର୍ତ୍ତା ମାନଙ୍କ ଦ୍ବାରା ପ୍ରଦର୍ଶନ କରାଯାଇଥିଲା । କ୍ଳବର ସଭାପତି ରଂଜିତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସଂପାଦକ କାମରାଜୁ ମହାରଣା ଶିଶୁ ଦିବସ ଓ ଭାରତୀୟ ଶିକ୍ଷା ଦିବସ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା ନିଜେ ପରିଷ୍କାର ରହି ପରିବାର ସଦସ୍ୟ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ।ପୂର୍ବତନ ସଭାପତି ଗଦାଧର ରାଉଳ ସ୍ବାସ୍ଥ୍ୟ ସୁରକ୍ଷା ସହ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ ।ପୂର୍ବତନ ସଭାପତି ଅସିତ ଦତ୍ତ କିଭଳି ହାତଧୋଇ ଖାଦ୍ୟ ଗ୍ରହଣ କରାରିବ ,ତାହା ଉପରେ ଧାରଣା ଦେଇଥିଲେ ।ରୋଟାରୀଆନ୍ ଏଡଭୋକେଟ ହୃଷିକେଶ ପ୍ରଧାନ ଶିଶୁ ଅଧିକାର ଓ ସୁରକ୍ଷା ଆଇନ ସମ୍ପର୍କରେ ସଚେତନ କରାଇଥିଲେ ।ବିଶେଷ କରି ସାମ୍ପ୍ରତିକ ମହାମାରୀ କରୋନା କାଳରେ ମାସ୍କ ପରିଧାନ, ସାମାଜିକ ଦୂରତ୍ବ ରକ୍ଷା ସହ ବାରମ୍ବାର ହାତଧୋଇବା ଉପରେ କ୍ଳବ ତରଫରୁ ସଚେତନତା ସୃଷ୍ଟି କରାଯାଇ ବିଦ୍ୟାର୍ଥୀ ମାନଙ୍କୁ ହାତଧୋଇବା କୌଶଳ ପ୍ରଦର୍ଶନ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରେ ସାବୁନ, ନେପ୍ କିନ୍,ମାସ୍କ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।ଗ୍ରାମର ଶିକ୍ଷା ପରାମର୍ଶଦାତା ବଦ୍ରି ନାରାୟଣ ବିଷୋୟିଙ୍କ ସହଯୋଗ କ୍ରମେ ଶିଶୁ ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥିଲା ।କୋଭିଡ-19 ଗାଇଡ୍ ଲାଇନ ପାଳନ କରିଯାଇ ଏହି ଶିବିର ପରିଚାଳିତ ହୋଇଥିଲା ।