
ଗୁଣୁପୁର,(ରାୟଗଡ଼ା ଜିଲ୍ଲା) ୧୪-୧୧-୨୦୨୦( ପ୍ରସନ୍ନ ପଣ୍ଡା): ଆଜି ପବିତ୍ର ଦୀପାବଳି ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମ ଦିନ ତଥା ଶିଶୁ ଦିବସ ଅବସର ରେ ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ କରୋନା କଟକଣା କୁ ଦୃଷ୍ଟି ରେ ରଖି ପାଳିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନେହେରୁ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ନୀତି ଏବଂ ଆଦର୍ଶ ରେ ଅନୁପ୍ରାଣିତ ହେଲେ ଜଣେ ଜଣେ ଦେଶ ର ଉତ୍ତମ ନାଗରିକ ସହ ଦେଶ ତଥା ରାଷ୍ଟ୍ର ର ଉତ୍ତମ ନାଗରିକ ହୋଇପାରିବେ ବୋଲି ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ ଏବଂ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବାଣ ନ ଫୁଟାଇ କେବଳ ଲାଇଟ ରେ ଦୀପାବଳି ପାଳନ କରିବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇ ଥିଲେ ।
ଏହି କାର୍ଯ୍ୟକ୍ରମ ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନଚାର୍ଯ୍ୟ ପ୍ରଫୁଲ ଶତପଥି, ବି ଗଜପତି, ମନୋରଞ୍ଜନ ରଥ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ଏବଂ ପବିତ୍ର ଦୀପାବଳି କୁ କରୋନା ଯୋଗୁଁ ଚଳିତ ବର୍ଷ ଲାଇଟ ଜଳାଇ ପାଳନ କରିବାକୁ ଅନୁରୋଧ କରିଥିଲେ ଏହି କାର୍ଯ୍ୟକ୍ରମ ରେ କରୋନା କଟକଣା ରେ ପାଳିତ କରାଯାଇଥିଲା ।








