Home ଆଞ୍ଚଳିକ ଖୋର୍ଦ୍ଧା ଜିଲ୍ଲା: ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା ଜିଲ୍ଲା: ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

34

ଜଟଣୀ, ୧୪-୧୧-୨୦୨୦ (ସଞ୍ଜୀବ କୁମାର) : ଚଳିତ ନଭେମ୍ବର ୧୬ ତାରିଖରେ ହେବାକୁ ଥିବା ଜାତୀୟ ପ୍ରେସଦିବସ ପାଳନ କରିବାଲାଗି ଏକ ପ୍ରସ୍ତୁତି ବୈଠକ ଜଟଣୀ ପ୍ରେସକ୍ଲବ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପ୍ରେସକ୍ସବ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ଗାଇଡଲାଇନ ଅନୁସାରେ ମାସ୍ତ୍ର ପରିଧାନ ଏବଂ ସାମାଜିକ ଦୁରତାକୁ ବାଧ୍ୟତା ମୂଳକ କରାଯଇ ବୈଠକ ଆୟୋଜିତ ହୋଇଥିଲା । ପେସବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଭାରେ ପ୍ରେସ ଦିବସ ଉପଲକ୍ଷେ ହେବାକୁ ଥିବା କାର୍ଯ୍ୟକ୍ରମରସମସ୍ତ ବିବରଣୀ ଉପରେ ଆଲୋକପାତ କରାଯାଇଥିଲା । କୋଭିତ-୧୯ ମହାମାରୀ ବିପତି କାଳରେ କେବଳ ସାମାଜିକ ପରମ୍ପରାକୁ ବଜାୟ ରଖିବାଲାଗି ସନ୍ନ ଆୟୋଜନ ମଧ୍ୟରେ ଜାତୀୟ ପ୍ରେସଦିବସ ପାଳନ କରିବାଲାଗି ବୈଠକରେ ନିଷ୍ପତି ନିଆଯାଇଥିଲା । ଆଜିର ଏହି ବୈଠକରେ ସାମ୍ବାଦିକ ହୃଦାନନ୍ଦ କୋଦମାସିଂହ, ପ୍ରଶାନ୍ତ କୁମାର ସାହୁ,ମହମଦ ଇସମାଇଲ ଅଲୀ, ରଙ୍ଗନାଥ ବେହେରା, ହରିହର ସାଇଁ,ସଂଜିବ କୁମାର, ବିଶ୍ୱଜିତ ସାମନ୍ତରାୟ, ସୁବୋଧ କୁମାର ନାୟକ ଙ୍କ ସହିତ ପ୍ରେସର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।