
ଦୀପାବଳୀ ପର୍ବକୁ ଆଜି ଦିନରେ ଓଡିଶା ର ଘରେ ଘରେ ପାଳନ କରାଯାଇଥାଏ | ଏହି ପର୍ବର ପୂର୍ବ ପ୍ରସ୍ତୁତି ବହୁ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ମାନ୍ୟତା ଅନୁଯାୟୀ, ଦୀପାବଳୀ ଦିନ ଦୀପର ଆଲୋକରେ ମା’ଲକ୍ଷ୍ମୀ ଗୃହରେ ପ୍ରବେଶ କରିଥାଆନ୍ତି। ଯାହାଙ୍କ ଉପରେ ମା’ଅଧିକ ପ୍ରସନ୍ନ ହୁଅନ୍ତି ତାଙ୍କ ଉପରେ ମା’ଙ୍କ କୃପା ରହିଥାଏ। ଦୀପାବଳୀ ଦିନରେ ମା’ଲକ୍ଷ୍ମୀଙ୍କ ପୂଜାରେ ଲାଲ ରଙ୍ଗ ସୂତା, ସିନ୍ଦୂର, ଗୋଟିଏ ନଡ଼ିଆ, ଅକ୍ଷତ, ଲାଲ ବସ୍ତ୍ର, ଫୁଲ, ୫ଟି ଗୁଆ, ଲବଙ୍ଗ, ପାନ ପତ୍ର, ଘିଅ, କଳସ, ଆମ୍ବ ପତ୍ର, ହୋମ ପାଇଁ ସମସ୍ତ ଉପକରଣ, ପଦ୍ମ ଫୁଲ, ପଞ୍ଚାମୃତ, ଫଳ, ମିଠା , ହଳଦୀ, ଅଗରବତୀ, ଚକି, ତୁଳା ବତୀ, ଆଳତୀ ଥାଳି, ଶ୍ରୀଖଣ୍ଡ ଚନ୍ଦନ, ଆଦି ରଖନ୍ତୁ।
ମା’ଙ୍କ ପୂଜା ଆରମ୍ଭ କରିବା ପୂର୍ବରୁ ଚକିକୁ ଭଲ ଭାବେ ଧୋଇ ଏହା ଉପରେ ରଙ୍ଗବେରଙ୍ଗର ଚିତା ପକାନ୍ତୁ। ଚକିର ଚାରି ପାଖରେ ଦୀପ ଲଗାନ୍ତୁ।
ଯେଉଁ ସ୍ଥାନରେ ମା’ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନ କରିବେ ସେଠାରେ କିଛି ଚାଉଳ ନିଶ୍ଚୟ ରଖନ୍ତୁ। ଭଗବାନଙ୍କ ବିଷ୍ଣୁଙ୍କ ପ୍ରତିମା ମଧ୍ୟ ନିଶ୍ଚୟ ସ୍ଥାପନ କରନ୍ତୁ। ଫୁଲ, ଫଳ, ଗୁଆ, ପାନ, ନଡ଼ିଆ, ମିଠା, ଆଦି ସମସ୍ତ ସାମଗ୍ରୀକୁ ନେଇ ସଂକଳ୍ପ କରନ୍ତୁ। ମା’ଙ୍କ ପୂଜା ପୂର୍ବରୁ ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ। କଳସ ସ୍ଥାପନ କରନ୍ତୁ। ମା’ଲକ୍ଷ୍ମୀଙ୍କୁ ଏହିଦିନରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ। ଏହାପରେ ମା’ଙ୍କ ସହ ସମସ୍ତ ଦେବାଦେବୀଙ୍କୁ ପୂଜା କରନ୍ତୁ। ଆସନ ପକାଇ ପୂଜାସ୍ଥାନରେ ବସନ୍ତୁ। ଏହାସହ ମା’ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ପୂଜା ଶେଷ ହେବା ପରେ ପୁଷ୍ପାଞ୍ଜଳି ଅର୍ପଣ କରି ମା’ଙ୍କ ଆଶୀର୍ବାଦ ନିଅନ୍ତୁ | ଏହି ଦୀପାବଳୀ ଦିନ ବସ୍ତି ଠାରୁ ସହର ପର୍ଯ୍ୟନ୍ତ ରାତ୍ର ସମୟରେ ବିଭିର୍ଣ୍ଣ ପ୍ରକାର ରଙ୍ଗ ବିରଙ୍ଗ ଲିଚୁ ମାଳ ଓ ଲାଇଟ ରେ ଝଲସି ଉଠିଥାଏ | ଏହି ବର୍ଷ କରୋନା କଟକଣା କୁ ଆଖି ଆଗରେ ରଖୀ ବାଣ ଫୁଟାଇବା କାର୍ଯ୍ୟକ୍ରମ କୁ ପ୍ରଶାସନ ତରଫରୁ ବନ୍ଦ କରିଦିଆଯାଇଛି |
ଶୁଭ ଦୀପାବଳୀ..…
ସୁକାନ୍ତ କୁମାର ତ୍ରିପାଠୀ, ସାମ୍ବାଦିକ, ବାଲିଗୁଡା



