
ଗଞ୍ଜାମ,୧୪-୧୧-୨୦୨୦ (ପ୍ରଦୀପ କୁମାର ସାହୁ): ଗ୍ରାସୀମ କମ୍ପାନୀ ବିରୁଦ୍ଧରେ ଆସନ୍ତା ୧୫ ତାରିଖ ଦିନ ଗଞ୍ଜାମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ହେବବୋଲି ନିଷ୍ପତି ହୋଇଥିବା ସୂଚନା ମିଳିଛି।ଫଳରେ ଏହି ବୈଠକରେ ବିଭିନ୍ନ ରାଜନୈତିକ ନେତାମାନେ ସାମିଲ ହୋବା ସହ ଆଗାମୀ ଦିନରେ କିଭଳି କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ରୋକାଯିବା ନେଇ ଆଲୋଚନା ହେବ ବୋଲି ଭାଜପା ନଗର ସଭାପତି ସୁଦାମ ଜେନା ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି କମାନିର ଜଣେ କର୍ମଚାରୀ ଆଲୋକ ଦୋରାଙ୍କୁ ଜୋର ଜବରଦସ୍ତ ଇସ୍ତଫା ଦେବାକୁ କହି ତାଙ୍କ ଠାରୁ ଇସ୍ତଫା ପତ୍ର କମ୍ପାନୀ କର୍ତ୍ୟୁପକ୍ଷ ନେଇଥିବା ନେଇ, ସେ ଗତ ମଙ୍ଗଳବାର ଠାରୁ କମ୍ପାନୀର ମୁଖ୍ୟ ପ୍ରଶାସନିକ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି। ଧାରଣା କୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳର ନେତା ଏଥିରେ ସାମିଲ ହୋଇଥିଲେ ।ସେମାନଙ୍କ ମଧତାରେ ଭାଜପା ନେତା ପ୍ରଶାନ୍ତ କୁମାର କର, ସି ପି ଏମ ନେତା ପି.ହରିକୃଷ୍ଣ ରେଡି, ସରପଞ୍ଚ ଦିଲିପ ଛୋଟରାୟ, ସରପଞ୍ଚ ଜି.ସନ୍ତୋଷ ରେଡି, ପୂର୍ବତନ ନଗରପାଳ ବୃନ୍ଦାବନ ପଲାଇ,ପୂର୍ବତନ ଭାଜପା ନଗର ସଭାପତି କାନ୍ତାରୀ ଦଳାଇ, ବିଜେଡି ନେତା ଗୌରୀ ଶଙ୍କର ବାରିକି, ଓକିଲ ପଙ୍କଜ ବାରିକି, ଅଖିଳ ତରାଇ, ସାମ୍ବାଦିକ ରବୀନ୍ଦ୍ର ପଣ୍ଡା, ଦୁର୍ଗା ମାଧବ ପାଣିଗ୍ରାହୀ, ମାନସ ମହାରଣା, ମଦନ ପାଢ଼ୀ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।



