
ଗଞ୍ଜାମ,୧୪-୧୧-୨୦୨୦ (ଜିଖ / ପ୍ରଦୀପ କୁମାର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଂଚାୟତ ଏନ ବରପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଉଛେଦ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି l ଏନେଇ ଗ୍ରାମର ଶତାଧିକ ମହିଳା ପୁରଷ ଶୁକ୍ରବାର ଗଞ୍ଜାମ ଗୋଷ୍ଠୀଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆସି ବିକ୍ଷୋଭ ପଦର୍ଶନ କରିବା ସହ ଜିଲ୍ଲାପାଳ ଙ୍କ ଉଦ୍ଧେଶ୍ୟ ରେ ଏବିଇଓ ବିଜୟ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ୧୯୬୦ ମସିହା ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଏହି ପ୍ରାଥମିକ ବିଦ୍ୟାଳୟ ରେ ନିକଟସ୍ଥ ପୋଡାଗଡ଼ ଓ ରଘୁନାଥ ପୁର ଗ୍ରାମର ନିମ୍ନ ପ୍ରାଥମିକ ବିଦ୍ୟାଳୟ (ଏଲ ପି ସ୍କୁଲ )ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିଆସୁଥିଲେ ବୋଲି ଦାବିପତ୍ର ରେ ଉଲେଖ ରହିଛି l ଏଥିସହିତ ୨୦୦୫ ରେ ପ୍ରତିଷ୍ଠିତ ଏନ ବରପାଲି ସ୍କୁଲ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଅନ୍ୟ ଏକ ସ୍କୁଲ ରେ ଉକ୍ତ ସ୍କୁଲ ସଂଯୋଗିକରଣ ଗ୍ରାମବାସୀ ସହଜ ରେ ଗ୍ରହଣ କରିପାରୁନାହାନ୍ତି ବୋଲି ଦାବୀ ପତ୍ର ରେ ଦର୍ଶାଯାଇଛି l ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କରା ଯାଇଥିବା ନିୟମ ଅନୁଯାଇ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଙ୍କୁ ବିଦ୍ୟାଳୟ ରେ ନାମ ଲେଖାଇଵା ସହ ଉପସ୍ଥାପନା କରାଇବୁ l ତେଣୁ ବିଦ୍ୟାଳୟ ରେ ପୂର୍ବରୁ କାର୍ଯ୍ୟରତ ଶିକ୍ଷକ ଙ୍କୁ ପୁନଃ ନିଯୁକ୍ତି ଦେବା ଓ ବିଦ୍ୟାଳୟ ଖୋଲିବା ପାଇଁ ଗ୍ରାମବାସୀ ଦାବୀ ପତ୍ର ରେ ନିବେଦନ କରିଛନ୍ତି l ଦାବିପତ୍ର ଦେବାବେଳେ ପରିଚାଳନା କମିଟି ସଭାପତି ସବିତା ଗୌଡ଼, ୱାର୍ଡ ମେମ୍ବର ବିଷ୍ଣୁ ପ୍ରିୟା ପ୍ରଧାନ, ମମତା ପଲାଇ, ସୁପ୍ରଭା ପ୍ରଧାନ, ଲକ୍ଷ୍ମୀ ସାହୁ ଙ୍କ ସମେତ ବହୁ ମହିଳା ପୁରୁଷ ଉପସ୍ଥିତ ଥିଲେ l



