
ବାଲିଗୁଡା,୧୪-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର ଏକ ନୂତନ କୋଠା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ଏବଂ ବାଲିଗୁଡା ଉପଜିଲ୍ଲାପାଳ ଡ଼ା.ଶୁଭଙ୍କର ମହାପାତ୍ର ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ନୂତନ କୋଠାର ଶୁଭ ଉଦ୍ଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୋଟଗଡ଼ ତହସିଲଦାର ଲକ୍ଷ୍ମୀଧର ସାହୁ, ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ, ଏଲ୍ଡ଼ିଏମ୍ କଳ୍ପତରୁ ସ୍ୱାଇଁ, କୋଟଗଡ଼ ଶାଖା ପରିଚାଳକ ପଦ୍ମ ଲୋଚନ ଷଡ଼ଙ୍ଗୀ ଓ ରିଜୋନାଲ୍ ମ୍ୟାନେଜର ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ନୂତନ କୋଠାରେ ପୂର୍ବାପେକ୍ଷା ଏକାଧିକ ସୁବିଧା ଜନସାଧାରଣ ପାଇପାରିବେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଥିବା ବେଳେ ଅଞ୍ଚଳବାସୀମାନେ ଏଥିନେଇ ଖୁସି ପ୍ରକଟ କରିଥିବା ବେଳେ ବ୍ୟାଙ୍କରେ ଆଉ ଯାହା ସବୁ ସମସ୍ୟା ରହିଛି ସେସବୁର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କ ନିକଟରେ ନିବେଦନ କରିଛନ୍ତି। ନୂତନ କୋଠା ଉଦ୍ଘାଟିତ ହେଲା ପରେ କୋଟଗଡ ବାସି ଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଛି |



