
କୋଦଳା,୧୪-୧୧-୨୦୨୦(ଦେବାଶିଷ ମହାରଣା):
ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲାରେ ଗଞ୍ଜାମ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ ପ୍ରଶଂସା ଯୋଗ୍ୟ ହୋଇଥିଲା ବେଳେ ବର୍ତ୍ତମାନ ଶୀତ ଦିନ ହେତୁ ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ଲାଗି ଜନସାଧାରଣଙ୍କ ଉଧେଶ୍ୟରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଏକ ଇସ୍ତାହାର ଜାରୀ କରିଛନ୍ତି | ବର୍ତ୍ତମାନ ସୁଦ୍ଧା ଜନସାଧାରଣଙ୍କ ସଚେତନତା ଉଦ୍ୟମକୁ ଶ୍ରୀ ସାହୁ ପ୍ରଶଂସା କରିଥିବା ବେଳେ ଆଗକୁ ଏହିଭଳି ସହଯୋଗ ବଜାୟ ରଖିବା ପାଇଁ ସମସ୍ତଙ୍କୁ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି | ଏଥି ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଓ ହାତ ଧୋଇ ସତର୍କ ରହିବା ସହିତ ମନ୍ଦିର,ଧର୍ମାନୁଷ୍ଠାନ ଖୋଲିବା ନେଇ ବାରଣ କରିଛନ୍ତି | ସରକାରଙ୍କ ନିର୍ଧେସ ପ୍ରକାରେ ଆସନ୍ତା ନଭେମ୍ବର 30 ତାରିଖ ଯାଏଁ ବାଣ ନ ଫୁଟାଇ ଦୀପ ଜାଳି ଦୀପାବଳି ପାଳନ କରିବାକୁ ପରାମର୍ଶ ଦିଆଯାଇଛି |ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ହେଲେ ମହାମାରୀ ଆକ୍ଟ 1887 ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଇଛନ୍ତି | ପାର୍ବଣ ଋତୁ ତଥା କାର୍ତ୍ତିକ ମାସ ଚାଲୁଥିବାରୁ କରୋନାର ଦ୍ଵିତୀୟ ଲହରୀର ସମ୍ଭାବନା କୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ମଧ୍ୟ ନିର୍ଧେସ ଦେଇଛନ୍ତି |




