Wednesday, October 14, 2026
Home ଜାତୀୟ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀକୁ କିଣି ଏବଂ ଉପହାର ଦେଇ ଏଥର ଦୀପାବଳି ପାଳିବାକୁ ସମସ୍ତଙ୍କୁ ନିବେଦନ

ଭାରତୀୟ ହସ୍ତଶିଳ୍ପ ସାମଗ୍ରୀକୁ କିଣି ଏବଂ ଉପହାର ଦେଇ ଏଥର ଦୀପାବଳି ପାଳିବାକୁ ସମସ୍ତଙ୍କୁ ନିବେଦନ

14
zk

ନୂଆଦିଲ୍ଲୀ,୧୩-୧୧-୨୦୨୦ (ଜ଼ିଲ୍ଲା ଖବର) :
ହସ୍ତଶିଳ୍ପ ହେଉଛି ଭାରତର ମହିମାମୟ ସାଂସ୍କୃତିକ ପରମ୍ପରାର ଏକ ପ୍ରତୀକ ଏବଂ ଦେଶରେ ଜୀବନଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ମହିଳା ସଶକ୍ତୀକରଣକୁ ବଳିଷ୍ଠ କରିବା ଦିଗରେ ଏହି କ୍ଷେତ୍ରର ଯଥେଷ୍ଟ ଗୁରୁତ୍ୱ ରହିଛି । କାହିଁକି ନା ତମାମ ହସ୍ତଶିଳ୍ପ କାରିଗର ଏବଂ ତତ ସମ୍ବନ୍ଧୀୟ କର୍ମଚାରୀଙ୍କର 55%ରୁ ଅଧିକ ହେଉଛନ୍ତି ମହିଳା । ଏହି ପରିପ୍ରେକ୍ଷୀରେ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀକୁ ବ୍ୟବହାର ପାଇଁ ସବୁବେଳେ ଉଦ୍ୟମ କରିବା ଏବଂ ଏ ବାବଦରେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସମସ୍ତଙ୍କୁ ଅପିଲ କରି ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ:

‘‘ନଭେମ୍ବର 9 ତାରିଖରେ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଚାଲନ୍ତୁ ଆମେ ସମସ୍ତେ ମିଶି ସ୍ଥାନୀୟ ବୟନ ଓ ହସ୍ତଶିଳ୍ପ ବ୍ୟବସାୟକୁ ଆମର ଦୃଢ଼ ସହଯୋଗ ପ୍ରଦର୍ଶନ କରିବା । କ୍ଷୁଦ୍ର ମାଟି ଦୀପ ହେଉ, ଦେଶୀ ସାଜସଜ୍ଜା ସାମଗ୍ରୀ ହେଉ, ବେଡ ସିଟ, ପରଦା ଅଥବା ହାତ ତିଆରି ସାମଗ୍ରୀ ହେଉ, ସବୁକୁ ସ୍ଥାନୀୟ ଉତ୍ସରୁ ହିଁ କ୍ରୟ କରି ନିଜ ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କୁ ଉପହାର ଦେବା; ଏଥର ଦୀପାବଳିରେ ପ୍ରତ୍ୟେକ କ୍ରୟ ଏହିଭଳି ହେବା ଆବଶ୍ୟକ । ବୁଣାକାର, କାରିଗର, ସ୍ଥାନୀୟ ଓ କ୍ଷୁଦ୍ର ବ୍ୟବସାୟ ଜରିଆରେ ଦୀପାବଳି କ୍ରୟକୁ ଉତ୍ସାହିତ କରିବା ପାଇଁ ନିଜ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ପ୍ରଦର୍ଶନ କରନ୍ତୁ ଏବଂ ହାସଟ୍ୟାଗ ଦେଇ ‘୰ଲୋକାଲଫର ଦିୱାଲୀ’କୁ ବ୍ୟବହାର କରନ୍ତୁ । ଦୀପାବଳି ପାଇଁ ଘରକୁ ନେଉଥିବା ଅଥବା ଅନ୍ୟଙ୍କୁ ଉପହାର ଦେବା ଲାଗି କୌଣସି ପସନ୍ଦର ପୋଷାକ ଅଥବା ହସ୍ତଶିଳ୍ପ ସାମଗ୍ରୀ କ୍ରୟ କରିବା ସମୟରେ ଏହାର ଏକ ଫଟୋ ଉଠାଇ ଏହାକୁ ପୋଷ୍ଟ କରନ୍ତୁ ଏବଂ ଯାହାଠାରୁ ଏ ସବୁ କିଣୁଛନ୍ତି, ତାଙ୍କୁ ମଧ୍ୟ ଟ୍ୟାଗ କରନ୍ତୁ ଏବଂ ‘୰ଲୋକାଲଫର ଦିୱାଲୀ’ରେ ନିଜକୁ ସାମିଲ କରିନିଅନ୍ତୁ । ଏଭଳି ଆହ୍ୱାନମୂଳକ ସମୟରେ ଏହିସବୁ ସାମଗ୍ରୀର ବିକ୍ରିକୁ ସହାୟତା ଓ ସହଯୋଗ ପ୍ରଦାନ କରନ୍ତୁ; ଆପଣଙ୍କର ଏଭଳି ସମର୍ଥନ ବର୍ତ୍ତମାନ ଅଭାବବୋଧର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଅନେକ ଅବସରକୁ ପୁନର୍ଜୀବିତ କରିବାରେ ବେଶ ସହାୟକ ହୋଇପାରିବ ।’’