Wednesday, November 11, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ: ତୁଳସୀପଲ୍ଲୀ ପୋଖରୀ ସଫା କଲେ କଂଗ୍ରେସ ନେତା

ଜଗନ୍ନାଥ ପ୍ରସାଦ: ତୁଳସୀପଲ୍ଲୀ ପୋଖରୀ ସଫା କଲେ କଂଗ୍ରେସ ନେତା

63
nk/zh

ଗଂଜାମ, ୧୩-୧୧-୨୦୨୦(ଜ଼ିଲ୍ଲା ଖବର / ନିରାକାର ସାହୁ):
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଗେରେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ତୁଳସୀପଲ୍ଲୀ ଗ୍ରାମର ସ୍ଥାନୀୟ ପୋଖରୀ କୁ ଭଞ୍ଜନଗର କଂଗ୍ରେସ ତରଫରୁ ଗ୍ରାମ ବାସୀଙ୍କ ସହାୟତା ରେ ପୋଖରୀ ହୁଡ଼ା ସଫା କରିଛନ୍ତି। ଏହି ମହତ କାର୍ଯ୍ୟ ରେ ନିଜର ଶ୍ରମ ଦାନ କରିଥିବରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କୁମାର ବିଶୋଇ।

ପ୍ରଶାସନ ର ଅବହେଳା ଯୋଗୁଁ ପୋଖରୀ ଅବହେଳିତ ଅଛି ଓ ଆଉ ସହି ହେବନି ପ୍ରଶାସନ ର ଅବହେଳା,ତେଣୁ ଆସନ୍ତୁ କାନ୍ଦ ରେ କାନ୍ଦ, ପାଦ ରେ ପାଦ ମିଶାଇ ଲଢ଼ିବା। ଭଞ୍ଜନଗର କଂଗ୍ରେସ ରାଜନୀତି ରେ ବିଶ୍ୱାସ କରେନି ଲୋକଙ୍କ ସମସ୍ୟା ସହିତ ଛିଡା ହୋଇଛି ବୋଲି ପ୍ରଶାନ୍ତ କୁମାର ବିଶୋଇ କହିଛନ୍ତି।