Home ଆଞ୍ଚଳିକ ଗାଙ୍ଗପୁର: ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ

ଗାଙ୍ଗପୁର: ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ

15
Art/ZK

ବେଲଗୁଣ୍ଠା,୧୩-୧୧-୨୦୨୦ ( ଜ଼ିଲ୍ଲା ଖବର / ଶିବରାମ ଚୌଧୁରୀ) :
ଗାଙ୍ଗପୁରର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାର୍ଶ୍ୱରେ ଏକ ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗାଙ୍ଗପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ ସାଇ ରାମ ସେଠୀ ଯୋଗ ଦେଇ ଗ୍ରାହକ ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ବି. ସି ଜିଲ୍ଳା ପରିଚାଳକ ମନୋଜ କୁମାର ପଣ୍ଡା ଏବଂ ଗ୍ରାହକ ସେବା କେନ୍ଦ୍ର ଏଜେଣ୍ଟ୍ ଅର୍ଚ୍ଚନା ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ସାଧାରଣଙ୍କୁ ସୁବିଧାରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ଏହି ଗ୍ରାହକ ସେବା କେନ୍ଦ୍ରଟି ଗାଙ୍ଗପୁର ନିକଟବର୍ତ୍ତୀ ପ୍ରାୟ ପାଞ୍ଚୋଟି ପଞ୍ଚାୟତରର ଶହେ ଗ୍ରାମର ଲୋକଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇବା ଫଳରେ ଲୋକ ମାନେ ନିଶ୍ଚିତ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରକାଶ କରିଥିଲେ I