
ସାନଖେମୁଣ୍ଡି, ୧୯/୯ (ପ୍ରଫୁଲ୍ଲ ସାବତ): ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ପାଟପୁର ଶାଖା ଅଧିନସ୍ତ ସାନଖେମୁଣ୍ଡି ବ୍ଲକର ପଟିଗୁଡା ପଞ୍ଚାୟତ ସିନ୍ଦୁରପୁର ପ୍ରାଥମିକ ସେବା ସମବାୟ ସମିତି ସମ୍ମୁଖରେ ଚାଷୀ ମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ସମବାୟ ସମିତିର ଚାଷୀ କଲ୍ୟାଣ ଯୋଜନାର ପାତରଅନ୍ତର, ନୂତନ ସଭ୍ୟ ପଞ୍ଜିକରଣ, ସଭାପତି ଓ ସମ୍ପାଦକ ବିରୋଧରେ କୃଷକମାନେ ନାରାବାଜି।

ସାର, ବିହନ , କୀଟନାଶକ ଆଦି ବଣ୍ଟନ ପାଇଁ ସମବାୟ ସମିତି ଜରିଆରେ ଦାବି କରିଥିଲେ। ସରପଞ୍ଚ ସରସ୍ୱତୀ ଦଳାଇ, ପୂର୍ବତନ ସରପଞ୍ଚ ଅଲେଖ ନାୟକ ଓ ସୀମାଞ୍ଚଳ ଗୌଡ଼, ନିରଞ୍ଜନ ନାୟକ, ଜୟ ଗୌଡ଼, ବିଜୟ ନାୟକ, ସୀମାଞ୍ଚଳ ପାତ୍ର, ପ୍ରଶାନ୍ତ ନାୟକ, ଭାସ୍କର ବେହେରା, ଦିବାକର ନାୟକ, ଲଷ୍ମୀ ପାତ୍ର, ତବତିଆ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।



