
ବାଲିଗୁଡା,୧୨-୧୧-୨୦୨୦( ଜିଖ / ସୁକାନ୍ତ କୁମାର ତ୍ରିପାଠୀ) :
ବାଲିଗୁଡା ଠାରେ 11 ତାରିଖ ଦିନ ମଧ୍ୟରାତ୍ରିରେ SI ରବୀନ୍ଦ୍ର ମୁଣ୍ଡାରୀ ଏବଂ କର୍ମଚାରୀମାନେ ରାତିରେ ବାଲିଗୁଡା ରୁ ବୁଢାଗୁଡା ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଗୋଇବାଲି ଠାରେ ଗୋଟିଏ ଟାଟା ଇଣ୍ଡିଗୋ କାର ରୁ 40.5 କିଲୋଗ୍ରାମ ଗଞ୍ଜାଇ ଜବତ ହୋଇଛି | ଗାଡ଼ିର ନମ୍ବର 0D02 R 5873 ଥିବାର ଜଣା ପଡିଛି | ଏଥିରେ ସଂଶ୍ଲିଷ୍ଟ ଦୁଇ ଜଣ ଗଞ୍ଜାଇ ମାଫିଆ ଫେରାର ଅଛନ୍ତି ବୋଲି SI ରବୀନ୍ଦ୍ର ମୁଣ୍ଡାରୀ କହିଛନ୍ତି | ବାଲିଗୁଡା ପୋଲିସ କେଶ ନମ୍ବର 209/08.11 2020 U/S 20 b (ii)(C)/25/29 NDPS act ରେ ମାମଲା ରୁଜୁ କରିଛି |




