
ଜେକେପୁର,୧୨-୧୧-୨୦୨୦ (ଜ଼ିଖ/ ପ୍ରସନ କୁମାର ପଣ୍ଡା) :
ରାୟଗଡା ଜିଲ୍ଲା ସଦର ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଟ୍ରାଫିକ ଛକ ଠାରୁ ସିଙ୍ଘାପୁର ରେଳ ଫାଟକ ପର୍ଯ୍ୟନ୍ତ ପ୍ରାୟ ଦୁଇ ମିଲୋମିଟର ରୁ ଉର୍ଦ୍ଧ ରାସ୍ତାରେ କୌଣସି ଅଜଣା ଗାଡ଼ିରୁ ତେଲ ଲିକ ହୋଇ ପଡ଼ିଥିବାରୁ ଏକ ଅଭାବନିୟ ପରିସ୍ଥିତି ସୃଷ୍ଟି ହୋଇଛି।
ଚାନ୍ଦିଲି ପଂଚାୟତ ଠାରୁ ଏହି ରାସ୍ତାଟି ତିନୋଟି ବ୍ଲକକୁ ସଂଯୋଗକରୁ ଥିବାବେଳେ ବାଇକ ଆରୋହୀ ମାନେ କୋଳନର ବ୍ଲକ, କେ ସିଂପୁର ବ୍ଲକ, କାଶୀପୁର ବ୍ଲକ ର ବାଇକ ଆରୋହୀ ମାନେ ରାସ୍ତାରେ ପଡ଼ିଥିବା ତେଲ ଉପରେ ଆଜି ସନ୍ଧ୍ୟାରେ ଝିପି ଝିପି ବର୍ଷା ହେବା ଯୋଗୁଁ ବାଇକ ସ୍ଲିପ ହୋଇ ପଡିଯିବାର ଦେଖି ଚାନ୍ଦିଲି ପୋଲିସ ଘଟଣା ସ୍ଥଳକୁ ପହଂଚି କୋଲନରା ଅଗ୍ନି ସମ ବିଭାଗର ସହାୟତାରେ ରାସ୍ତାକୁ ସଫାକରିଵା ପାଇଁ ପ୍ରାୟ ଦୁଇ ଘଣ୍ଟାନାକେଦମ ହେବାକୁ ପଡିଲା ବୋଲି ଚାନ୍ଦିଲି ଆଇ ଆଇ ସି ରଶ୍ମି ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।



