ପୁରୁଷୋତ୍ତମପୁର, ୧୨-୧୧-୨୦୨୦(ବ୍ୟୁରୋ):
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଟଙ୍କାଛାଇ ପଂଚାୟତର ମହାଛାଇ ଗ୍ରାମରେ ସ୍ୱଚ୍ଛ ଭାରତ ମିଶନରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ଘୋଟଲା l ହିତାଧିକାରୀ ଗ୍ରାମବାସୀ ପାଇଁ ଆସିଥିବା ଶୌଚାଳୟ ଟଙ୍କାକୁ ଖାଇଗଲେ ଦଲାଲ ଠିକାଦାର l ଦୀର୍ଘ ଏକ ବର୍ଷ ପରେ ମଧ୍ୟ ହିତାଧିକାରୀ ପାଇପାରି ନାହାନ୍ତି ଶୌଚାଳୟର ସୁବିଧା l ଅପର ପକ୍ଷରେ ନିର୍ମାଣ କାର୍ଯ୍ୟ ଅଧା ଥିବା ବେଳେ ଶୌଚାଳୟ ବାବଦକୁ ସମ୍ପୂର୍ଣ ଟଙ୍କା ଉଠେଇ ସାରିଲାଣି ଦଲାଲ ଠିକାଦାର l
କିନ୍ତୁ ଏବେବି ରହିଛି ଶୌଚାଳୟ କାର୍ଯ୍ୟ ଅଧାରେ କେଉଁଠି ବିନା ଟାଙ୍କିରେ ଶୌଚାଳୟ ନିର୍ମାଣ ହୋଇଛିତ ଆଉ କେଉଁଠି ଶୌଚାଳୟ ଆଗରେ ଲାଗିନି ବନ୍ଦ ଦରୱାଜା l ଆଉ କୋଉଠି ଶୌଚାଳୟ ଉପରେ ପଡୁନି ଛାତ l ଯାହା ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ l ଶୌଚାଳୟର ନିର୍ମାଣ ସରିଛି କହି ଟଙ୍କା ଉଠି ସାରିଥିବା ପରେବି କାର୍ଯ୍ୟକ୍ଷମ ହୋଇନି ଶୌଚାଳୟ ଯାହା ଫଳରେ ବାହ୍ୟ ମଳ ତ୍ୟାଗ ପାଇଁ ଯାଉଛନ୍ତି ହିତାଧିକାରୀ ଗ୍ରାମବାସୀ l ଏନେଇ ଅନେକଥର ଅଭିଯୋଗ କଲା ପରେ ମଧ୍ୟ କେହି ଶୁଣୁ ନଥବାର ନେଇପ୍ରତିକ୍ରିୟା ରଖିଛନ୍ତି ହିତାଧିକାରୀ l






