Saturday, November 14, 2026
Home ଆଞ୍ଚଳିକ ଆସିକା: ଭାରତୀୟ ରେଡ଼କ୍ରସ୍ ସଂସ୍ଥା ଦ୍ୱାରା ସ୍ବାସ୍ଥ୍ୟ ସୁରକ୍ଷା ସରଞ୍ଜାମ ବଣ୍ଟନ।

ଆସିକା: ଭାରତୀୟ ରେଡ଼କ୍ରସ୍ ସଂସ୍ଥା ଦ୍ୱାରା ସ୍ବାସ୍ଥ୍ୟ ସୁରକ୍ଷା ସରଞ୍ଜାମ ବଣ୍ଟନ।

22

ଆସିକା,୧୨-୧୧-୨୦୨୦(ଜ଼ିଲ୍ଲା ଖବର): ଭାରତୀୟ ରେଡ଼କ୍ରସ୍ ସଂସ୍ଥା ଓଡ଼ିଶା ଶାଖା ଦ୍ବାରା ପ୍ରୟୋଜିତ ଏବଂ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ୟୁନିଟ୍ ଦ୍ବାରା ପରିଚାଳିତ କରୋନା ସଚେତନତା ଏବଂ ସ୍ବାସ୍ଥ୍ୟ ସୁରକ୍ଷା ସରଞ୍ଜାମ ବଣ୍ଟନ ଗୋଲାପଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡ଼ଃ ଜୀବାନନ୍ଦ ତ୍ରିପାଠୀ ଉଦଘାଟନ କରି ସରଞ୍ଜାମ ବଣ୍ଟନ ଅନୁକୂଳ କରିଥିଲେ। ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ବି.ଗୋବିନ୍ଦ ରାଓ କରୋନା ସଚେତନ ସହ ହାତଧୁଆ ପ୍ରକ୍ରିୟା ବୁଝାଇଥିଲେ।

ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁ ଏବଂ ରାଜେଶ କୁମାର ସାହୁ ପରିଚାଳନା କରିଥିଲେ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କେଦାରନାଥ ପଣ୍ଡା, ଏନ୍.ସି.ସି ଅଧିକାରୀ ଡ଼ଃ ଶଙ୍କର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିପାଦକ ଧନଂଜୟ ମହାପାତ୍ର, ପିଙ୍କୁ ବିଷୋୟୀ ସହଯୋଗ କରିଥିବା ବେଳେ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଇ. ଗୋବିନ୍ଦ ପାତ୍ର, ଲବ ବିଷୋୟୀ, ଦେବଦତ୍ତ ଗୌଡ, ପ୍ରଭାତ ପ୍ରଧାନ, କମଳାକାନ୍ତ ଏବଂ ଲିପୁ ମହାରଣା ବଣ୍ଟନରେ ସହାୟତା କରିଥିଲେ।