Wednesday, October 14, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା: ଇତିହାସ ସୃଷ୍ଟି କଲା ପୋଲସରାର ହାତୀଓଟ ଆଦର୍ଶ ବିଦ୍ୟାଳୟ

ଗଞ୍ଜାମ ଜିଲ୍ଲା: ଇତିହାସ ସୃଷ୍ଟି କଲା ପୋଲସରାର ହାତୀଓଟ ଆଦର୍ଶ ବିଦ୍ୟାଳୟ

73

ପୋଲସରା, ୧୨-୧୧-୨୦୨୦(ଜ଼ିଲ୍ଲା ଖବର) : ଚଳିତ ବର୍ଷ ୨୦/୨୧ ପାଇଁ ଏଜୁକେଶନ ୱର୍ଲଡ ଇଣ୍ଡିଆ ସ୍କୁଲ ରାକିଙ୍ଗ ରେ ଗଞ୍ଜାମ ଜିଲ୍ଲାର ହାତୀଓଟୋ ଓ ବଲାଙ୍ଗୀର ଜିଲ୍ଲାର ପଥରଚେପା ଆଦର୍ଶ ବିଦ୍ୟାଳୟ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ୫ ଟି ସ୍କୁଲ ମଧ୍ୟରେ ସ୍ଥାନ ପାଇଛି | ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ପରେ ହାତୀଓଟୋ ଆଦର୍ଶ ବିଦ୍ୟାଳୟ ରେ ଆନନ୍ଦର ବାତାବରଣ ଖେଳିଯାଇଛି | ହାତୀଓଟୋ ଆଦର୍ଶ ବିଦ୍ୟାଳୟର ଏହି ସଫଳତା ପରେ ଭାର ପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ନାୟକ ଏଥି ପାଇଁ ଗର୍ବ ଅନୁଭବ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିକ୍ଷା ମନ୍ତ୍ରୀ ସମୀର ଦାସ, ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି | ତା ସହିତ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣେଇଛନ୍ତି |

ଦେବାଶିଷ ମହାରଣା, ସମ୍ବାଦଦାତା