
ଜଟଣୀ,୧୨-୧୧-୨୦୨୦(ଜ଼ିଲ୍ଲା ଖବର): ଜଟଣୀ କୁଦିଆରୀ ମାଲଗୋଦାମ ଛକଠାରେ ବ୍ରାଉନ୍ସୁଗର ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବା ସହିତ ତାଙ୍କଠାରୁ ବ୍ରାଉନ୍ସୁଗର୍ ଓ ନଗଦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କୁଦିଆରୀ ମାଲଗୋଦାମ ଛକ ଅଞ୍ଚଳର କାଳିଆ କବାଡ଼ିଆ ଓରଫ ଅବଦୁଲ ମହମଦ । କୁଦିଆରୀ ଓଭରବ୍ରିଜ୍ ନିକଟରେ ବ୍ରାଉନ୍ସୁଗର ।
ବ୍ୟବସାୟ କରୁଥିବା ଖବର ପାଇ ଜଟଣୀ ଥାନା ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉବେଳେ ପୁଲିସ ତା’ ନିକଟରୁ ୧୨ଗ୍ରାମ୍ ବ୍ରାଉନ୍ସୁଗର୍ ଓ ୪୧ ହଜାର ,୬ଶହ ଟଙ୍କା ଜବତ ।୧ କରିଥିଲା । ଏ ନେଇ ଜଟଣୀ ଥାନା କେସ୍ ନ , ୪୪୫|୨୦ରେ ମାମଲା ରୁଜୁ କରି ଆଜି । କୋର୍ଟ ଚାଲାଣ କରିଛି ପୁଲିସ ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା




