ଗଞ୍ଜାମ,୧୨-୧୧-୨୦୨୦(ଜ଼ିଲ୍ଲା ଖବର): ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ ସମ୍ମୁଖରେ କମ୍ପାନୀରେ ସହପରିଚାଳକ (ଉତ୍ପାଦନ) ଭାବେ କାର୍ଯ୍ୟ କରି ଆସୁଥିବା ଆଲୋକ ଦୋରା ଙ୍କୁ ନ୍ୟାୟ ଦାବିରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଥିବା ଦେଖିବା କୁ ମିଳିଛି। ବୁଧବାର ଦିନ ତମାମ ବର୍ଷା ସତ୍ତ୍ୱେ ସ୍ଥାନୀୟ ବିଜେଡି, ବିଜେପି, ବୁଦ୍ଧିଜୀବୀ ଓ ଯୁବଗୋଷ୍ଟି ଶ୍ରୀ ଦୋରାକୁ ଙ୍କୁ ସମର୍ଥନ ଜଣାଇ ଧାରଣାରେ ସାମିଲ ଥିବାବେଳେ ଛତ୍ରପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ ମଧ୍ୟ ଏଥିରେ ସାମିଲ ଥିବା ଦେଖିବାକୁ ମିଳିଛି।ନ୍ୟାୟ ଦାବିରେ ଧାରଣା ଦେବାକୁ ଆସିଥିବା ପରିଚଳକ ଙ୍କ ବୃଦ୍ଧ ଭିନ୍ନକ୍ଷମ ପିତା ରାମକୃଷ୍ଣ ଦୋରା ଓ ମା ବିଦ୍ୟୁତପ୍ରଭା ଙ୍କୁ କମ୍ପାନୀର କଲୋନୀ ମଧ୍ୟକୁ ପ୍ରବେଶ କମ୍ପାନୀ କର୍ତ୍ୟୁପକ୍ଷ ବାରଣ କରିଛି।ଯାହାକୁ ନେଇ ବୃଦ୍ଧ ବାପା ଓ ମାଆ ପୁଅକୁ ନ୍ୟାୟ ପ୍ରଦାନ ପାଇଁ ନୟାଗଡ଼ ଅଞ୍ଚଳରୁ ଆସି ନାହିଁ ନଥିବା ସମସ୍ୟା ଭୋଗ କରୁଥିବା ଦେଖିବାକୁ ମିଳିଛି।କମ୍ପାନୀ କର୍ତ୍ତୁପକ୍ଷ ଙ୍କ ଏପରି ଆକ୍ରୋସ ମୂଳକ ମନଭାଵ କୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।ଅନ୍ୟପଟେ ଧାରଣା ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ କମ୍ପାନୀ କର୍ତ୍ତୁପକ୍ଷ ଧରଣାରତ ସହାପରିଚଳକ ସମେତ ଧାରଣାରେ ବସିଥିବା ବୁଦ୍ଧିଜୀବୀ ମାନଙ୍କୁ ଆଲୋଚନା କରିବାକୁ ଡାକିନଥିବା ଯୋଗୁଁ ଧରଣାରତ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସହ ପରିଚାଳକ ଶ୍ରୀ ଦୋରା ଙ୍କ ବାପା ଓ ମା ଜିଲ୍ଲାପାଳଙ୍କୁ ଭେଟିବାପାଇଁ ଯିବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଗ୍ରାସୀମ କମ୍ପାନୀ ଆସିବା ପରଠାରୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଙ୍କ ପ୍ରତି ବୈମାର୍ତ୍ୟୁକ ମାନଭାଵ ବାରିହେଉଥିବା ନେଇ ଅଭିଯୋଗ ହୋଇଆସୁଛି।ବିଭିନ୍ନ ସମୟରେ ଗୋଟାକ ପରେ ଓଡ଼ିଆ କର୍ମଚାରୀ ଓ ଶ୍ରମିକ ବଳି ପଡୁଥିବା ପରିଲକ୍ଷିତ ହେଉଛି।ଅନ୍ୟପଟେ କମ୍ପାନୀର ଜନଶୁଣାଣୀ କୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଜନଶୁଣାନୀ ବେଳେ କମ୍ପାନୀ କର୍ତ୍ୟୁପକ୍ଷ ଦେଇଥିବା ପ୍ରତିଶୃତି ପାଳନ କରୁନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି। ସୂଚନା ଥାଉକି ନିଜ ବୃଦ୍ଧ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ରହିଥିବାରୁ ନୟାଗଡ଼ ଅଞ୍ଚଳକୁ ଯାଇ ପିତାଙ୍କୁ ଦେଖି ଫେରିବା ପରେ କମ୍ପାନୀ ଜୋର ଜବରଦସ୍ତ କମ୍ପାନୀରୁ ଚାକିରୀ ଛାଡିବା ପାଇଁ ଲିଖିତଭାବେ ଦୋରାଙ୍କୁ ବାଧ୍ୟ କରିଥିଲେ। ଦ୍ୱିତୀୟ ଦିନରେ ଧାରଣାରେ ସହପରି ପରିଚାଳକ ଆଲୋକ ଦୋରା ଓ ତାଙ୍କ ବାପା, ମାଙ୍କ ସମେତ ସ୍ଥାନୀୟ ଯୁବନେତା ସୁଧୀର କୁମାର ପାଢ଼ୀ, ବିଜେପି ନେତା ସୁଦାମ ଜେନା, ମନୋଜ ପ୍ରଧାନ, ପପୁ ପଣ୍ଡା, ପର୍ଶୁରାମ ମହାଙ୍କୁଡ଼, ଭାଗିରଥି ନାୟକ, ସରପଞ୍ଚ ସ୍ୱାମା ରେଡି, ପି.ରାଜୁ ରେଡି, ଛତ୍ରପୁର ଅଂଚଳର ଯୁବ ସମାଜ ସେବୀ ଦେବାଶିଷ ପଟନାୟକ ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ପ୍ରଦୀପ କୁମାର ସାହୁ, ସମ୍ବାଦଦାତା, ଗଞ୍ଜାମ


