Tuesday, October 13, 2026
Home ଅପରାଧ ଗାଙ୍ଗପୁର: ଚାରି ଗିରଫ, ଚୋରି ପଲ୍ସର୍ ଉଦ୍ଧାର

ଗାଙ୍ଗପୁର: ଚାରି ଗିରଫ, ଚୋରି ପଲ୍ସର୍ ଉଦ୍ଧାର

45

ବେଲଗୁଣ୍ଠା,୧୨-୧୧-୨୦୨୦(ଜ଼ିଲ୍ଲା ଖବର):

ଗଞ୍ଜାମ ଜ଼ିଲ୍ଲା ଗତ ଚାରି ତାରିଖ ମଧ୍ୟ ରାତ୍ରରେ ଚାରି ଜଣ ଚୋର ଗାଡିର ତାଲା ଭାଙ୍ଗି ପଲ୍ସର୍ ଟିକୁ ଚୋରି କରି ଏକ ପାଳ ଗଦାରେ ପାଳ ଘୋଡାଇ ଲୁଚାଇ ରଖିଥିଲେ I ବାଇକ୍ ଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ ପାଟ୍ରୋଲିଂରେ ହଡବଡେଇ ଯାଇଥିଲେ I ପୋଲିସ୍ ଏମାନଙ୍କୁ ପିଛା କରି ଧରିବା ସହ ଚୋରି ମାମଲାରେ ସଂପୃକ୍ତ ଥିବା ଚାରି ଜଣକୁ ଗିରଫ କରି ଆସ୍କା କୋର୍ଟ୍ କୁ ପଠାଇଥିବା ଜଣା ପଡ଼ିଛି I ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଓ ବଡ଼ ବୋର୍ସିଂ ମଝିରେ ଘର କରି ରହୁଥୁବା ଲୋଚନ ସ୍ଵାଇଁଙ୍କ୨୨୦ ପଲ୍ସର୍ ଯାହାର ନମ୍ବର୍ OD33H1863 କଳା ଓ ନାଲି ମିଶା ପଲ୍ସର୍ ଟିକୁ ଗତ ଚାରି ତାରିଖ ମଧ୍ୟ ରାତ୍ରରେ କାଳିଆଗୁଡା ଗ୍ରାମର ଗୋପାଳ ନାୟକ (୨୩),ରାଜା ନାୟକ (୨୧),ଯୁବରାଜ ପ୍ରଧାନ(୨୧) ଓ ସୂର୍ଯ୍ୟ ନାରାୟଣ ସେଠୀ (୨୧) ଚାରିଜଣ ମିଶି ପଲ୍ସର୍ ଟିକୁ ନେଇ ଯାଇ ବାଇକ୍ ଟିକୁ ପାଳ ଘୋଡାଇ ଲୁଚାଇ ରଖିଥିଲେ I ଆଜି ଭୋର୍ ରୁ କଣ୍ଟେଇପଲି ଛକରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ପଲ୍ପରଟିକୁ ବିକିବା ପାଇଁ ଯାଉଥିବା ବେଳେ ପୋଲିସ୍ କୁ ଦେଖି ହଡବଡେଇ ଯାଇଥିଲେ I ପୋଲିସ୍ କୁ ଦେଖି ରାଜା ଓ ଗୋପାଳ ଚମ୍ପଟ୍ ମାରିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ୍ ସେ ଦୁହିଁଙ୍କୁ କାବୁ କରିଥିଲେ I ଏମାନଙ୍କୁ ଧରିବା ପରେ ଏହି ଗାଡି ଚୋରି ମାମଲାରେ ଯୁବରାଜ ଓ ସୂର୍ଯ୍ୟ ନାରାୟଣ ସମ୍ପୃକ୍ତି ଥିବା ପୋଲିସ୍ ଜାଣିପାରି କାଳିଆଗୁଡାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା I ଏନେଇ ଗାଙ୍ଗପୁର ଥାନାରେ ୩୨୦/୨୦ ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା I ଚୋରି ମାମଲାରେ ସଂପୃକ୍ତ ଥିବା ସମସ୍ତ ଗିରଫ ଚାରି ବ୍ୟକ୍ତିଙ୍କୁ ଆସ୍କା କୋର୍ଟ୍ ଚାଲାଣ କରିଥିବା ତଦନ୍ତକାରୀ ଅଫିସର୍ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I
ଶିବରାମ ଚୌଧୁରୀ,ସମ୍ବାଦଦାତା,ବେଲଗୁଣ୍ଠା,