
କୁକୁଡାଖଣ୍ଡି,୧୨-୧୧-୨୦୨୦(ଜ଼ିଲ୍ଲା ଖବର): ଗ୍ରାମର ଟ୍ରାକ୍ଟର ମାଲିକ ମାନଙ୍କୁ ନେଇ ଗଠିତ ହୋଇଥିବା ସଙ୍ଘ ସଦସ୍ୟ ମାନେ ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି I ତହସିଲ କାର୍ଯ୍ୟାଳୟ ପରିସରରେ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂଙ୍କ ନେତୃତ୍ୱରେ ପାଖାପାଖି ୫୦ରୁ ଅଧିକ ଟ୍ରାକ୍ଟର ମାଲିକ ତହସିଲଦାରଙ୍କୁ ସାକ୍ଷାତ କରିବା ସହ କିପରି ବେଆଇନ ଚୋରା ଚାଲାଣ ରୋକା ଯାଇ ପାରିବ ଏବଂ ରାଜସ୍ବ ହାନି ନହୋଇ ସରକାରୀ ନିତି ନିୟମକୁ ପାଥେୟ କରି ଟ୍ରାକ୍ଟର ଚଳାଚଳ କରିବ ସେ ଉପରେ ଗୁରୁତ୍ୱାରୋପ ଦେଇଥିଲେ I
ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରଦୀପ କୁମାର ସ୍ୱାଇଁ,ସମ୍ପାଦକ ବାଇନାଥ ଜେନା,ସହ ସମ୍ପାଦକ ବାବୁଲା ଜେନା,କୋଷାଧକ୍ଷ ସତ୍ୟବାନ ଜେନା,ସନ୍ତୋଷ ଗୌଡ଼,କୈଳାଶ ବିଷୋୟୀ l
ପ୍ରଫୁଲ୍ଲ ସାବତ,ସମ୍ବାଦଦାତା, କୁକୁଡାଖଣ୍ଡି



