Saturday, October 10, 2026
Home ଆଞ୍ଚଳିକ ଭୋଟର ତାଲିକା ସଂଶୋଧନ ତାଲିମ

ଭୋଟର ତାଲିକା ସଂଶୋଧନ ତାଲିମ

48

ବ୍ରହ୍ମପୁର, ୧୯/୯ (ପ୍ରଫୁଲ୍ଲ ସାବତ) : ସ୍ତାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀ ଡି. ମଲେଶ୍ଵର ପାତ୍ର ଅଦକ୍ଷତା କରିଥିବା ବେଳେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ଜ୍ଞାନଜିତ ତ୍ରିପାଠୀ ଏବଂ କୋବିସି ତହସିଲଦାର ଅନିତା କୁମାରୀ ସାହୁଙ୍କ ତତ୍ୱାବଧାନରେ ସମସ୍ତ ବି.ଏଲ.ଓ ଏବଂ ପର୍ଯ୍ୟବେଶକଙ୍କୁ ଭୋଟର ତାଲିକା ପ୍ରଦାନ ଦିଆଯାଉଛି।

ଏହି ତାଲିମ କାର୍ଯ୍ୟରେ ସମସ୍ତ ବି.ଏଲ.ଓ ମାନଙ୍କୁ ଘରଘର ବୁଲି ଭୋଟର ତାଲିକା ସଂଶୋଧନ କରିବା ଏବଂ ଭୋଟର ଦାତାଙ୍କ ଆଧାର କାର୍ଡ, ଡ୍ରାଇଭିଂଗ ଲାଇସେନ୍ସ, ବି.ପି.ଏଲ କାର୍ଡ ଏବଂ ଜନ୍ମଗତ ପ୍ରମାଣପତ୍ର ଥିଲେ ସେ ଯେ କୌଣସି ଗୋଟିଏ ପ୍ରମାଣପତ୍ର ପ୍ରଦାନ କରି ଭୋଟର କାର୍ଡ ପାଇଁ ଆବେଦନ କରିପାରିବେ ଏବଂ ଜଣେ ଦାୟିତ୍ୱବାନ ଭୋଟର ଭାବେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିବା ସହ ତାର ସଂଶୋଧନ ସହ ନିହାତି ଆବଶ୍ୟକ ରହିଛି।

ତେଣୁ ମତଦାତାଙ୍କ ଭୋଟର ପରିଚୟ ପତ୍ରରେ ଜଣାଯାଇଥିବା ଜନ୍ମ ତାରିଖ, ବାପା, ମା, ସମ୍ପର୍କୀୟ ନାମ/ଠିକଣା ଓ ଫୋଟକୁ ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ପାତ୍ର କହିଥିଲେ। ଭୋଟର କାର୍ଡ ପାଇଁ ଯେଉଁମାନେ ୧୭ବର୍ଷ ହୋଇଥିବେ ସେମାନେ ମଧ୍ୟ ଦରଖସ୍ଥ ପାଇଁ ଆବେଦନ କରିପାରିବେ। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୬୯ଟି ବୁଥ ଏବଂ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୯ଟି ବୁଥର ସମସ୍ତ ବି.ଏଲ.ଓ ଏବଂ ପର୍ଯ୍ୟବେକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଉଥିଲା।