
ବାଲିଗୁଡା,୧୨-୧୧-୨୦୨୦(ଜିଲ୍ଲା ଖବର): ବାଲିଗୁଡ଼ାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ଓ ବନବାସୀ ସେବା ସମିତିର ପ୍ରତିଷ୍ଠାତା ଶ୍ରୀ ବିଶ୍ଵନାଥ ପଟ୍ଟନାୟକ ଙ୍କ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି | କୋଭିଡ ନିୟମକୁ ମାନି ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା | ଅନୁଷ୍ଠାନର କର୍ମକର୍ତା ଓ ଛାତ୍ର ଛାତ୍ରୀ ଏହି ଉଛବରେ ଉପସ୍ଥିତ ଥିଲେ | ଆଜିର ଏହି ପ୍ରଭାତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭାତ ଫେରି, ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି, ସର୍ଵଧର୍ମ ପ୍ରାର୍ଥନା ବୋଲାଯାଇଥିଲା | ସଭାରେ ମୁଖ୍ୟ ଅତିଥିଭାବେ ମଧୁସୂଦନ ମହାପାତ୍ର , ଡ଼ଃ ବିଭୁତି ଭୂଷଣ ଆଚାର୍ଯ୍ୟ , ଟଙ୍କଧର ପରିଡ଼ା, ଉତ୍ସବ ଜେନା ସମ୍ପାଦକ, ତ୍ରିନାଥ କହଁର ପ୍ରଭୁତି ଯୋଗଦେଇଥିଲେ | ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଏଥିରେ ଅଂଶ ଗ୍ରହଣ କରି ସଭାପତିତ୍ୱ କରିଥିଲେ | ଲାଲାନନ୍ଦ ପ୍ରଧାନ ସଭାପତି ରୂପେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ | ସସ୍ମିତା ପଣ୍ଡା, ସୁପ୍ରିୟା ପରବୀନ, ବିଶ୍ୱଜିତ ଜେନା ପ୍ରଭୁତି ଧନ୍ୟବାଦ ଅର୍ପଣ କରିଥିଲେ | ଏହି 105 ତମ ଜୟନ୍ତୀ ସମାରୋହ ଜରନିଵାସ ଠାରେ ପାଳନକରି ଶେଷରେ ସମସ୍ତ ଶିଶୁଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା |
ସୁକାନ୍ତ କୁମାର ତ୍ରିପାଠୀ, ସମ୍ବାଦଦାତା, ବାଲିଗୁଡା



