Wednesday, November 11, 2026
Home ଜିଲ୍ଲା ରାୟଗଡା ଜ଼ିଲ୍ଲା: ଚୋରା ପଥର ଖାଦାନ ପରେ ଏବେ ଚୋରା ବାଲି ଚାଲାଣ ଉପରେ ନଜର...

ରାୟଗଡା ଜ଼ିଲ୍ଲା: ଚୋରା ପଥର ଖାଦାନ ପରେ ଏବେ ଚୋରା ବାଲି ଚାଲାଣ ଉପରେ ନଜର ଏବଂ ପ୍ରକ୍ରିୟା ଆରମ୍ବ

54

ଡିମିରିଗୁଡା,୧୧-୧୧-୨୦୨୦ (ଜ଼ିଲ୍ଲା ଖବର): ଗୁଣୁପୁର ପୌରାଞ୍ଚଳ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଓକିଲଗୁଡା ରେ ବେଆଇନ ପଥର ଖାଦାନ ରେ ବିସ୍ପୋରଣ ଘଟି ତିନି ଶ୍ରମିକ ଙ୍କ ମୃତ୍ୟୁ ଘଟିବା ଏବଂ ସ୍ଥାନୀୟ ତହସିଲଦାର ଙ୍କ ସହ ରାଜସ୍ୱ ନିରୀକ୍ଷକ ଙ୍କୁ ନିଲମ୍ବନ କରିବା ପରେ ଜିଲ୍ଲାପ୍ରଶାସନ ଏବେ ଚୋରା ବାଲି ଚାଲାଣ ଉପରେ ନଜର ପକାଇବା ସହ ଜିଲ୍ଲାର ସମସ୍ତ ତହସିଲଦାର ଙ୍କୁ ଏ ଉପରେ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇ ଥିବା ଖୋଦ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଏବଂ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ସୂଚନା ଦେଇଛନ୍ତି ।

ଆଜି ରାମନାଗୁଡ଼ା ବ୍ଲକ ର ଭାମିନି ଗ୍ରାମରେ ଚୋରା ବାଲି ଚାଲାଣ କୁ ନେଇ କିଛି ଗ୍ରାମବାସୀ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କୁ ଅଭିଯୋଗ କରିବା ପରେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଏବଂ ରାମନାଗୁଡ଼ା ତହସିଲଦାର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ସୂଚନା ଦେଇଛନ୍ତି କି ଯଦି ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥାଏ ଏବେ ତୁରନ୍ତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଫଳରେ ଚୋରି କରୁଥିବା ବାଲିମାଫିଆ ଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିବା ଜଣାପଡିଛି ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ଏବଂ ଗୁଣୁପୁର ଉପଖଣ୍ଡ ପ୍ରଶାସନ କେତେଦୂର ଚୋରା ବାଲି ଚାଲାଣ ରୋକିବାରେ ସଫଳ ହେବ ତାହା ସମୟ ହିଁ କହିବ ।
ପ୍ରସ୍ନନ ପଣ୍ଡା, ସମ୍ବାଦଦାତା, ବିସମକଟକ