
ଡିମିରିଗୁଡା,୧୧-୧୧-୨୦୨୦ (ଜ଼ିଲ୍ଲା ଖବର): କଳାହାଣ୍ଡି ସିମାନ୍ତ ମୁନିଗୁଡା ରେଞ୍ଜ ଅଧିନସ୍ଥ ରଘୁବାରି, ଡିମିରିଗୁଡା ଓ ଇଚ୍ଛାପୁର ପଞ୍ଚାୟତ ରେ ଏକ ହାତୀ ପଲ ପ୍ରାୟ ଏକ ମାସେ ହେବ ଆତଙ୍କ ଖେଳାଇଥିବା ବେଳେ ଗତରାତିରେ ଏହି ହାତୀ ପଲ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗିସୁର ଗାଁର ୩ଟି ଘରକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ହାତୀ ପଲ ଙ୍କୁ ଦେଖି ରାତି ଅଧରେ ଗ୍ରାମ ବାସୀ ଗାଁ ଛାଡି ନିକଟସ୍ଥ ଜଙ୍ଗଲ ରେ ଆଶ୍ରୟ ନେଇ ଆଜି ସକାଳୁ ନିକଟ ବାମନଦେଓ ଗାଁ ରେ ଆଶ୍ରୟ ନେଇଛନ୍ତି ।
ଏହି ହାତୀ ପଲ ରେ ୧୦ରୁ ୧୨ଟି ହାତୀ ଥିବା ଜଣା ପଡିଛି । ଖବରପାଇ ବନ ବିଭାଗ କର୍ମଚାରୀ ମାନେ ଗାଁରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରି ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି ହାତୀ ପଲ ଘରେ ଥିବା ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ କୁ ମଧ୍ୟ ନଷ୍ଟ କରିଦେଇଥିବା ଜଣା ପଡ଼ିଛି ।
ପ୍ରସ୍ନନ ପଣ୍ଡା, ସମ୍ବାଦଦାତା, ବିସମକଟକ











