
ଜଟଣୀ, ୧୧-୧୧-୨୦୨୦ (ଜ଼ିଲ୍ଲା ଖବର): ସ୍ଥାନୀୟ ସୀତାରାମ ଛକ ଠାରେ ହେଉଥିବା ଜଟଣୀର ବହୁ ପ୍ରତୀକ୍ଷିତ ଫ୍ଲାଇ ଓଭର ବ୍ରିଜ୍ କାମ ବହୁ ମନ୍ଥର ଗତିରେ ଦୀର୍ଘ ୬ ବର୍ଷ ହେଲା ଚାଲିଛି।ଆଗରୁ ଏହି ବ୍ରିଜ୍ କାମ ପାଇଁ ୫୦୦ ରୁ ଅଧିକ ବ୍ଯବସାୟୀ ବିସ୍ଥାପିତ ହୋଇଥିଲେ ମଧ୍ଯ କାହାକୁ ପ୍ରସାଶନ ତରଫରୁ ଥଇଥାନ କରାଯାଇ ନାହିଁ, କିମ୍ବା ବ୍ରିଜ୍ କାମ ସରୁ ନାହିଁ। ବାରମ୍ବାର ବ୍ରିଜ୍ ର ନକ୍ସା ପରିବର୍ତ୍ତନ କରି ବ୍ରିଜ୍ କୁ ଲମ୍ବା ଚଉଡ଼ା କରିବା ଆଳରେ କେବଳ ଗରିବ ବ୍ଯବସାୟୀ ମାନଙ୍କ ଦୋକାନ ଭାଂଗିବା ପାଇଁ ପୌର ପ୍ରସାଶନ ନୋଟିସ କରି ବ୍ଯବସାୟୀ ମାନଙ୍କୁ ହତାଶ କରୁଛି।
ଏହାର ପ୍ରତିବାଦରେ ଦୋକାନ ଭାଂଗିବା ପାଇଁ ନୋଟିସ ହୋଇଥିବା ୧୪୭ ବ୍ଯବସାୟୀଙ୍କୁ ଧରି ସ୍ଥାନୀୟ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯାଳୟରେ ବ୍ଯବସାୟୀ ମାନଙ୍କ ତରଫରୁ ଏକ ଦାବୀପତ୍ର ପ୍ରଦାନ କରି ଥିଲେ। ସେ କହିଥିଲେ ବ୍ରିଜ୍ କାମ ତୁରନ୍ତ କରାଯାଉ କିନ୍ତୁ ବିନା କାରଣରେ ବ୍ଯବସାୟୀ ମାନଙ୍କୁ ବିସ୍ଥାପିତ କରା ନ ଯାଉ, କାରଣ ସୀତାରାମ ଛକର ବ୍ଯବସାୟୀ ମାନେ ସବୁବେଳେ ପ୍ରକାଶନକୁ ସହଯୋଗ କରି ଆସିଛନ୍ତି । ସୀତାରାମ ଛକର ବ୍ଯବସାୟୀ ମାନଙ୍କ ତରଫରୁ ନିତ୍ଯ ଗୋପାଳ ଶାହା, ଜୟକ୍ରୂଷ୍ନ ଦାସ, ପ୍ରମୋଦ ସାମନ୍ତରାୟ ଏବଂ ଜଟଣୀ କଂଗ୍ରେସର କଳିଂଗ ସାହୁ, ଅଶୋକ ମଂଗରାଜ,ମାଧବ ପାଟ୍ଟଶାଣୀ ଇତ୍ୟାଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସଞ୍ଜୀବ କୁମାର, ସମ୍ବାଦଦାତା, ଖୋର୍ଦ୍ଧା ଜିଲ୍ଲା




